ନିର୍ବାଚନମଣ୍ଡଳି ପାଉନାହାଁନ୍ତି ପିସିସି ସଭାପତି !

ଭୁବନେଶ୍ବର (): ଆଉ ମାତ୍ର ଦିନ କେଇଟା ପରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । କିନ୍ତୁ ପିସିସି ସଭାପତି ନୀରାଞ୍ଜନ ପଟ୍ଟନାୟକଙ୍କୁ ନିର୍ବାଚନମଣ୍ଡଳି ମିଳୁନି I 20୧୯ରେ ନିରଞ୍ଜନ କେଉଁଠାରୁ ପ୍ରାଥୀ ହେବେ ଏଯାଏଁ ନା ସେ ସ୍ଥିର କରିପାରୁଛନ୍ତି , ନା ନେତାଏ ତାଙ୍କୁ ବାଟ ଛାଡ଼ୁଛନ୍ତି I ଏଥିଲାଗି ଟେନସନରେ ପିସିସି ମୁଖିଆ I କେନ୍ଦୁଝର ଛାଡି ରାଉରକେଲା, ସାଲେପୁର, କୋରେଇ ଆଦି ନିର୍ବାଚନ ମଣ୍ଡଳୀ ଉପରେ ନିରଞ୍ଜନଙ୍କ ଆଖି I ହେଲେ ନେତାଏ କିନ୍ତୁ ନିରଞ୍ଜନଙ୍କୁ ବାଟ ଛାଡିବାକୁ ନାରାଜ I

ଫଳରେ ୨୦୧୯ ନିର୍ବାଚନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେଉଁ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାଥୀ ଭାବେ ଲଢ଼ିବେ ତାହା ଏବେ ବଡ ପ୍ରଶ୍ନ ? ମୁଖ୍ୟମନ୍ତ୍ରୀ ସ୍ବପ୍ନ ଦେଖୁଥିବା ନିରଞ୍ଜନଙ୍କ ପାଇଁ ମିଳୁନି ବିଧାନସଭା କ୍ଷେତ୍ର I ତାହାହେଲେ କିପରି କ୍ଷମତାକୁ ଆସିବ କଂଗ୍ରେସ ? ରାହୁଲଙ୍କ ରାଉରକେଲା ଗସ୍ତ ପୂର୍ବରୁ ନିରଞ୍ଜନଙ୍କ ପ୍ରାଥୀତ୍ବକୁ ନେଇ ରାଉରକେଲାରୁ ଉଠିଛି ବିରୋଧର ସ୍ବର I କର୍ମୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ଆରମ୍ଭ ହୋଇଛି I ନିରଞ୍ଜନ ନିଜ ପ୍ରାଥୀତ୍ବକୁ ନେଇ ଟେନସନରେ ପଡିଯାଇଛନ୍ତି I

ରାଉରକେଲାର ଏକ ଦଳୀୟ କାର୍ଯ୍ୟକ୍ରମରେ ନିରଞ୍ଜନଙ୍କ ଉପସ୍ଥିତିରେ କର୍ମୀମାନେ ଧସ୍ତାଧସ୍ତି ହୋଇଥିଲେ I ଆଉ ଏହି ଧସ୍ତାଧସ୍ତିର କରଣ ଖୋଦ ନିରଞ୍ଜନଙ୍କ ପ୍ରାଥୀତ୍ବକୁ ନେଇ I କିଛି କର୍ମୀ ଆଗାମୀ ନିର୍ବାଚନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଉରକେଲାରୁ ବିଧାୟକ ପ୍ରାଥୀ ହେବେ ବୋଲି ପ୍ରସ୍ତାବ ଦେବା ପରେ ଏହାକୁ କଂଗ୍ରସର ଗୋଟିଏ ଗୋଷ୍ଠୀ ସମର୍ଥନ କରୁଥିବାବାବେଳେ ପୂର୍ବତନ ରାଉରକେଲା କଂଗ୍ରେସ ସଭାପତି ଏହାକୁ ବିରୋଧ କରିଥିଲେ I ଯାହା ନିରଞ୍ଜନକୁ ବେଶ ଟେନସନ ଦେଇଛି I ଆଉ ରାଉରକେଲା ଗସ୍ତ ପୂର୍ବରୁ ସେଠାରେ ଅସଜଡ଼ା ହୋଇଛି କଂଗ୍ରେସ I ଏହାରି ଭିତରେ ୬ ତାରିଖ ରାହୁଲଙ୍କ ଗସ୍ତ କିପରି ସଫଳ କରାଯିବ ସେ ଚିନ୍ତାରେ ସଭିଏଁ I

Share

Leave a Reply

Your email address will not be published. Required fields are marked *

3 + 13 =