ସମନ୍ବିତ ଶିଶୁ ବିକାଶରେ 108ଟି ନୂଆ ପଦବୀ ସୃଷ୍ଟି

ଭୁବନେଶ୍ବର (): ରାଜ୍ୟ ସରକାର ମହିଳା ଓ ଶିଶୁ ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଉଥିବା ବେଳେ ଏଦିଗରେ ସମନ୍ବିତ ଶିଶୁ ବିକାଶ ଯୋଜନାର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି । ଏହିଦୃଷ୍ଟିରୁ ରାଜ୍ୟ ସରକାର ଆଜି ଆଇସିଡିଏସରେ 108ଟି ନୂଆ ପଦବୀ ସୃଷ୍ଟିକୁ ମଂଜୁରୀ ଦେଇଛନ୍ତି । ଏସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଉପଖଣ୍ଡ ଏବଂ ଜିଲ୍ଲା ସ୍ତରରେ 93ଟି ପ୍ରୋଗ୍ରାମ ଅଫିସର ପଦବୀ ସୃଷ୍ଟି କରାଯାଇଛି। ଏଥିସହିତ 13ଟି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଏବଂ ଦୁଇ ଉପସଚିବ ସ୍ତରର ପଦବୀ ସୃଷ୍ଟି କରାଯାଇଛି । ପ୍ରୋଗ୍ରାମ ଅଫିସରମାନେ ସିଡିପିଓଙ୍କ ଅଧିନରେ ମିଶନ ଶକ୍ତି, ମମତା ଏବଂ ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମର ତଦାରଖ କରିବେ । ପ୍ରୋଗ୍ରାମ ଅଫିସର ପଦବୀରେ ମହିଳାଙ୍କୁ ନିଯୁକ୍ତି ମିଳିବ । ଏଥିପାଇଁ ବାର୍ଷିକ ୯କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

3 × four =