ରାଜ୍ୟ ସ୍ୱାର୍ଥରେ ଭାଷା ପ୍ରତିବନ୍ଧକ ନୁହେଁ

ନୂଆଦିଲ୍ଲୀ () ଆସ୍କାରୁ ନବନିର୍ବାଚିତ ବିଜେଡି ସାଂସଦ ପ୍ରମିଳା ବିଶୋଇ ଆଜି ପ୍ରମାଣିତ କରିଛନ୍ତି ଯେ, ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ବୟସ ଓ ଇଂରାଜୀ ଭାଷା ଜ୍ଞାନ ଗୁରୁତ୍ୱ ବହନ କରେନି । ନିଜ ନିର୍ବାଚନମଣ୍ଡଳୀରେ ମାଉସୀ ଭାବେ ପରିଚିତ ପ୍ରମିଳା ଆଜି ସଂସଦରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ ।

ଶୁଦ୍ଧ ଓଡ଼ିଆରେ ନିଜ ବକ୍ତବ୍ୟ ଆରମ୍ଭ କରିବା ପୂର୍ବରୁ ସଂସଦର ସବୁ ସଦସ୍ୟଙ୍କୁ ସେ ରଥଯାତ୍ରାର ଶୁଭେଚ୍ଛା ଜାଣିଥିଲେ । ଏଥିସହ ବାଚସ୍ପତିଙ୍କୁ ତାଙ୍କୁ କହିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ ।

ସେ ଆଶା, ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ଭତ୍ତା ବୃଦ୍ଧି ପାଇଁ ଦାବି କରିଥିଲେ । 2018ରେ କେନ୍ଦ୍ର ସରକାର ମାସିକ ଭତ୍ତା 4500 ଟଙ୍କାକୁ ବୃଦ୍ଧି କରିଥିଲେ । କିନ୍ତୁ ଏହା ଯଥେଷ୍ଟ ନୁହେଁ । ତୃଣମୂଳ ସ୍ତରର ମହିଳାଙ୍କୁ ସମ୍ମାନ ଜଣାଇ ପ୍ରମିଳା ଅଙ୍ଗନବାଡି କର୍ମୀଙ୍କ ପାଇଁ 12 ହଜାର ଓ ଆଶା କର୍ମୀଙ୍କ ପାଇଁ 15 ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି ରଖିଛନ୍ତି ।

ଏଥିରୁ ଏହି ସ୍ୱଳ୍ପ ଓ ମିଷ୍ଠଭାଷୀ ସାଂସଦ ପ୍ରମାଣିତ କରିଛନ୍ତି ଯେ, ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଥାପନରେ ତାଙ୍କୁ ହେୟାଜ୍ଞାନ କରାଯାଇପାରିବ ନାହିଁ । ଏଥିସହ ନବୀନ ପଟନାୟକ ପ୍ରମିଳାଙ୍କୁ ସାଂସଦ ପ୍ରାର୍ଥୀ କରିବା ବୃଥା ନୁହେଁ ବୋଲି ଏଥିରୁ ପ୍ରମାଣିତ ହୋଇଛି । ମହିଳା ସଶକ୍ତିକରଣରେ ଏହା ଆଗାମୀ ଦିନରେ ରାଜ୍ୟ ଓ ଜାତୀୟ ସ୍ତରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ।

Share

Leave a Reply

Your email address will not be published. Required fields are marked *

two × three =