ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ, ଫେରିବେ 4 ଯୁବ ନେତା

ଭୁବନେଶ୍ବର () ଦୁଇ ଦୁଇଟି ମନ୍ତ୍ରୀ ପଦ ଖାଲିଥିବା ବେଳେ ଆଗକୁ ନିର୍ବାଚନ । ଏଥିସହିତ ରାଜ୍ୟ ସରକାରଙ୍କ ଏକାଧିକ ଫ୍ଲାଗସିପ ଯୋଜନାର କାର୍ଯ୍ୟକାରିତା ଚିନ୍ତା । କାଳିଆ ଠାରୁ ଆରମ୍ଭ କରି ବସୁଧା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ଓଡିଶା ଖାଦ୍ୟ ସୁରକ୍ଷା ଯୋଜନା ଭଳି ଏକାଧିକ ଯୋଜନା ରହିଛି । ଏଭଳିସ୍ଥିତିରେ କିନ୍ତୁ କୃଷି, ପଂଚାୟତିରାଜ, ପାନୀୟ ଜଳ ଯୋଗାଣ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ସ୍ଥାୟୀ ମନ୍ତ୍ରୀ ନାହାଁନ୍ତି ।

ପୂର୍ବରୁ କୃଷି ମନ୍ତ୍ରୀ ପଦକୁ ଦାମୋଦର ରାଉତ ବିଦା ହୋଇଥିଲେ । ତାଙ୍କ ଦାୟିତ୍ବ ପୂର୍ବତନ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଦିଆଯାଇଥିଲା । ଏବେ ମହାରଥୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ତାଙ୍କ ହାତରେ ଥିବା ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗକୁ ମଧ୍ୟ ଦୁଇ ଜଣ ମନ୍ତ୍ରୀଙ୍କୁ ବାଣ୍ଟି ଦିଆଯାଇଛି । ମୋଟାମୋଟି ଭାବେ ଦେଖିବାକୁ ଗଲେ ଅର୍ଥ, ଅବକାରୀ, କୃଷି ଓ ମତ୍ସ ପଶୁ ସଂପଦ ଭଳି ଗୁରୁତ୍ବପୂର୍ଣ୍ଣ ଓ ବଡ ବଜେଟ ବିଭାଗଗୁଡିକ ଶଶିଭୂଷଣ ବେହେରାଙ୍କ ପାଖରେ ରହିଛି । ସେହିଭଳି ଅନୁସୂଚିତି ଜାତି ଜନଜାତି ଓ ପଛୁଆ ବର୍ଗ, ପଂଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ଭଳି ହାଇ ବଜେଟ ବିଭାଗ ରମେଶ ମାଝିଙ୍କ ପାଖରେ ରହିଛି ।

ଜଣେ ଜଣେ ମନ୍ତ୍ରୀ ଏତେ ବଡ ବଡ ବିଭାଗ ଦାୟିତ୍ବ ସୁଚାରୁ ଭାବେ ସମ୍ଭାଳିପାରିବେ ନି । ସେପଟେ ପୁରୀରେ ଶ୍ରୀମନ୍ଦିରରେ ବାରମ୍ବାର ବିଶୃଙ୍ଖଳା ପାଇଁ ରାଜସ୍ବ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ମହେଶ୍ବର ମହାନ୍ତିଙ୍କ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ଥିବା ଚର୍ଚ୍ଚା ହେଉଛି । ସେହିଭଳି ବିଭାଗୀୟ ପ୍ରଦର୍ଶନକୁ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ ବି ସ୍କାନରରେ  ।

ଆଗକୁ ନିର୍ବାଚନ, ସରକାରୀ ଯୋଜନାର କାର୍ଯ୍ୟକାରିତା ଏବଂ ପ୍ରଶାସନିକ ଓ ସାଂଗଠନିକ ଦକ୍ଷତା ଏସବୁକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ମନ୍ତ୍ରୀମଣ୍ଡଳରେ ଛୋଟ ଧରର ସଂପ୍ରସାରଣ ଓ ଅଦଳବଦଳ କରିବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଥିବା ପାୱାର କରିଡରରୁ ଶୁଣିବାକୁ ମିଳୁଛି । ତେବେ ଫେବୃଆରୀ ଶେଷ ଭାବକୁ ନିର୍ବାଚନ ଘୋଷଣା ହେବାର ସମ୍ଭାବନା ରହିଛି । ଏହିଦୃଷ୍ଟିରୁ ମାତ୍ର ମାସେ ଦେଢ ମାସ ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ତଳରେ ଅଦଳବଦଳ କିମ୍ବା ସମ୍ପ୍ରସାରଣ କରିବେନି ବୋଲି ମଧ୍ୟ କିଛି ବରିଷ୍ଠ ନେତା ଅନୁମାନ କରୁଛନ୍ତି ।

କିନ୍ତୁ ମନ୍ତ୍ରୀ ଭାବେ ସାଙ୍ଗଠନିକ ଉତ୍ତରଦାୟିତ୍ବ ଅଧିକ ରହୁଥିବାରୁ ସେଭଳି ପ୍ରଭାବୀ ହୋଇପାରୁନାହାଁନ୍ତି ବର୍ତ୍ତମାନର ମନ୍ତ୍ରୀମାନେ । ତେଣୁ କିଛି ଯୁବ ନେତା ଯେଉଁମାନେ ନିକଟରେ ସଂଗଠନ ପାଇଁ ମନ୍ତ୍ରୀପଦ ଛାଡିଥିଲେ ସେହିମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ମନ୍ତ୍ରୀମଣ୍ଡଳକୁ ଫେରାଇ ଆଣିବାକୁ ଯୋଜନା କରାଯାଉଥିବା ଶୁଣିବାକୁ ମିଳୁଛି । ଦୁଇଟି ମନ୍ତ୍ରୀ ପଦ ଖାଲି ଥିବା ବେଳେ ଦୁଇ ଜଣ ମନ୍ତ୍ରୀ ବିଦାହେବେ । ଆଉ ସେମାନଙ୍କ ସ୍ଥାନ ନେବେ 4 ଯୁବ ନେତା । ଏହି ଯୁବ ନେତାମାନେ ବି ମନ୍ତ୍ରୀପଦ ଛାଡିଲା ପରେ ଦଳ ପାଇଁ ବହୁ ପରିଶ୍ରମ କରୁଛନ୍ତି । ଏଭଳି ଏକ ଗଣିତକୁ ନେଇ ଅଙ୍କ କଷା ଚାଲିଛି ।

Share

Leave a Reply

Your email address will not be published. Required fields are marked *

14 − 13 =