ଏମଏସପି ବୃଦ୍ଧି ପାଇଁ ଲଢେଇ ଜାରି ରହିବ : ନବୀନ

ନୂଆଦିଲ୍ଲୀ () କେନ୍ଦ୍ରର ଚାଷୀମାରଣ ନୀତି ବିରୋଧରେ କେନ୍ଦ୍ରରେ ଗର୍ଜିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମରେ ହୋଇଛି ବିଶାଳ ଚାଷୀ ସମାବେଶ । ଏହି ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2930 ଟଙ୍କା କରିବାକୁ ରାଜ୍ୟ ସରକାର ଗତ ଦୁଇ ବର୍ଷ ହେଲା ଦାବି କରୁଛନ୍ତି । କେନ୍ଦ୍ର ଶୁଣୁନି । କିନ୍ତୁ ଏମଏସପି ବୃଦ୍ଧି ପାଇଁ ବିଜେଡିର ଲଢେଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ବିଧାନସଭାରେ ସର୍ବସମ୍ମତ ନିଷ୍ପତ୍ତି ହୋଇଥିଲା । କଂଗ୍ରେସ ଓ ବିଜେପି ବିଧାୟକମାନେ ବି ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ବିଧାନସଭାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିକୁ ଭେଟିବାକୁ ସମୟ ଦେଲେନି । ଏହା ରାଜ୍ୟ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବର ଚରମ ଦୃଷ୍ଟାନ୍ତ ବୋଲି ଅଭିଯୋଗ କରିଛନ୍ତି ବିଜେଡି ନେତାମାନେ ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଏକ ଟିମ ରାଷ୍ଟ୍ରପତିଙ୍କୁ ଭେଟି ଧାନର ଏମଏସପି ବୃଦ୍ଧି ସଂପର୍କିତ ସ୍ମାରକପତ୍ର ଦେବେ । ଉଲ୍ଲେଖଯୋଗ୍ୟ ଯେ, ବିଜେପି 2014 ନିର୍ବାଚନ ଇସ୍ତାହାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା କରିବାକୁ ପ୍ରତିଶୃତି ଦେଇଥିଲା । କିନ୍ତୁ କ୍ଷମତାକୁ ଆସିବା ପରେ ସେହି ପ୍ରତିଶୃତି ପାଳନ କରିବାକୁ ଭୁଲିଯାଇଛି ବୋଲି ବିଜେଡି ଅଭିଯୋଗ କରିଛି ।

Share

Leave a Reply

Your email address will not be published. Required fields are marked *

four × 3 =