ଧାରଣାରେ ପ୍ରିୟଙ୍କା

ଉତ୍ତର ପ୍ରଦେଶ() ଉତ୍ତର ପ୍ରଦେଶ ସୋନଭଦ୍ରା ଜିଲ୍ଲା ଗୁଳିକାଣ୍ଡ ଘଟଣାରେ ରାଜନୀତି ଏବେ ସରଗରମ ହୋଇଛି । ସେପଟେ ଆଜି ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୋଲିସ ଅଟକ ରଖିଛି । ସେଠାରେ ୧୪୪ ଧାରା ଜାରି ରହିଥିବାବେଳେ ପ୍ରିୟଙ୍କାଙ୍କ ଶୋଭାଯାତ୍ରାକୁ ଅଟକାଯାଇଛି । ଏହା ପରେ ପ୍ରିୟଙ୍କା ରାଜରାସ୍ତା ଉପରେ ଧାରଣାରେ ବସିଛନ୍ତି ।

ପ୍ରିୟଙ୍କା ସୋନଭଦ୍ର ଘୋରାୱାଲ ତହସିଲ ଅନ୍ତର୍ଗତ ଉମ୍ଭା ଗାଁରେ ଜମିବାଡ଼ି ବିବାଦକୁ ନେଇ ହୋଇଥିବା ହିଂସାକାଣ୍ଡ ଘଟଣାରେ ପୀଡିିତାଙ୍କୁ ଭେଟିବାକୁ ଯାଉଥିଲେ ।ତେବେ ନାରାୟଣପୁର ଷ୍ଟେସନ ପାଖରେ ତାଙ୍କୁ ପୁଲିସ ଅଟକାଇଥିଲା । ସେଠାରେ ୧୪୪ ଧାରା ଜାରି ହୋଇଥିବା ପୋଲିସ ଏହି ପଦକ୍ଷେପ ନେଇଥିଲା । କିନ୍ତୁ ପ୍ରିୟଙ୍କା ରାସ୍ତା ଉପରେ ଧାରଣାରେ ବସିଥିଲେ । କହିଥିଲେ ଯେ ସେ ପିଡ଼ୀତଙ୍କ ପରିବାରକୁ ଭେଟିବାକୁ ଚାହୁଁଛନ୍ତି ଏବଂ ତାଙ୍କ ସହିତ ମାତ୍ର ୪ ଜଣ ବ୍ୟକ୍ତି ଯିବେ । କିନ୍ତୁ ତଥାପି ପ୍ରଶାସନ ତାଙ୍କୁ ଅନୁମତି ପ୍ରଦାନ କରି ନ ଥିବା ସେ ଅଭିଯୋଗ କରିଛନ୍ତି ।

ପ୍ରିୟଙ୍କା କହିଛନ୍ତି, “ଆମେ କେବେ ହେଲେ ପଛଘୁଞ୍ଚା ଦେବୁ ନାହିଁ। ଆମେ ଶାନ୍ତିପୂର୍ଣ୍ଣ ଭାବେ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଥିଲୁ। ମୁଁ ଜାଣିନି ସେମାନେ ମୋତେ କୁଆଡ଼େ ନେଉଛନ୍ତି। ଆମେ ସବୁଆଡ଼େ ଯିବାକୁ ପ୍ରସ୍ତୁତ ରହିଛୁ।”

Share

Leave a Reply

Your email address will not be published. Required fields are marked *

sixteen − one =