ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ମାଓନେତା

ଗଜପତି()  ୫ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଦୈାରାଜଜ କୋର୍ଟରେ ବହୁ ଚର୍ଚ୍ଚିତ ମାଓ ସଂଗଠନର ମୁଖ୍ୟ ନେତା ସବ୍ୟସାଚୀ ପଣ୍ଡାଙ୍କ ନାଁରେ ଥିବା ପାଂଚଟି ମାମଲାର ଆଜି ଶୁଣାଣୀ କରାଯାଇଥିଲା ।କଡ଼ା ସୁରକ୍ଷାରେ ସବ୍ୟସାଚୀଙ୍କୁ ହାଜର କରାଯାଇଥିଲା । ତାଙ୍କ ନାଁରେ ୨୦୦୯ ଟାୱାର ପୋଡ଼ି , ୨୦୧୨ ସରକାରୀ ବସ ପୋଡ଼ି ସମେତ ୫ଟି ମାମଲା ରହିଥିଲା । ଯାହାର ଆଜି ଶୁଶାଣୀ କରି ଗଜପତି ଅତିରିକ୍ତ ଜିଲ୍ଲା ଦୈାରାଜଜ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

9 + 17 =