ମହାମେଣ୍ଟ ଏବଂ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ କଣ କହିଲେ ନବୀନ ଜାଣନ୍ତୁ …

ଭୁବନେଶ୍ବର () କୌଣସି ମହାମେଣ୍ଟରେ ସାମିଲ ହେବନି ବିଜେଡି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ସ୍ପଷ୍ଟ କରିଛନ୍ତି । ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ନୀତିରେ ବିଶ୍ବାସ କରୁଥିବା ବିଜେଡି ଏହି ଦୁଇ ଜାତୀୟ ଦଳ ନେତୃତ୍ବାଧୀନ କୌଣସି ମହାମେଣ୍ଟରେ ସାମିଲ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ବିରୋଧୀ ମହାମେଣ୍ଟରେ ବିଜେଡି ସାମିଲ ହେବ କି ନାହିଁ ସେ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଏହି ଚର୍ଚ୍ଚାରେ ଜବନିକା ଟାଣିଛନ୍ତି । ସେହିଭଳି ବିଜେଡି ଫେଡେରାଲ ଫ୍ରଣ୍ଟରେ ସାମିଲ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ବିଜେଡି ମହାମେଣ୍ଟରେ ରହିବ ନାହିଁ ।

ଏଥିସହିତ ବର୍ତ୍ତମାନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଦାମୋଦର ରାଉତଙ୍କ ବହିଷ୍କାର ଏବଂ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ମନ୍ତ୍ରୀମଣ୍ଡଳରେ ସଂପ୍ରସାରଣ ହେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚାର ମଧ୍ୟ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

4 × 2 =