କାଲି ନେତା ବାଛିବେ ପାଟକୁରାବାସୀ

ଭୁବନେଶ୍ବର()  କାଲି ହେବ ପାଟକୁରା ବିଧାନସଭା ପାଇଁ ଭୋଟ ଗ୍ରହଣ ।୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପାରୀକ୍ଷା କରିବେ ଜନତା । ସେଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ବୁଥ ରିଗିଂ ଏବଂ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩୦୯ ଟି ବୁଥରେ ହେବ ମତଦାନ। ପାଟକୁରା ନିର୍ବାଚନ ମୈଦାନରେ ଥିବା ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୪୪ହଜାର ୭୪୭ ମତଦାତା । ୧୭ଶହ ପୋଲିଂ ବୁଥ ଅଧିକାରୀ ନିୟୋଜିତ ହୋଇଛନ୍ତି । ୪୦ଟି ସ୍ଥାନରେ ସିସିଟିଭି ୫୨ଜଣ ମାଇକ୍ରୋ ଅବଜରଭର, ୧୫ବୁଥରେ ଭିଡିଓଗ୍ରାଫି କରାଯିବ। ଆସନ୍ତା କାଲି ଭୋଟ ଗ୍ରହଣ ସକଳା ୭ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ହେବ। ଆସନ୍ତା ୨୪ ତାରିଖରେ ଭୋଟ ଗଣତି ହେବ।

ବିଜେପି ପକ୍ଷରୁ ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେହିପରି ବିଜେଡି ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରିଛି।

Share

Leave a Reply

Your email address will not be published. Required fields are marked *

3 + nine =