ସାଢେ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର, ସେମାନଙ୍କ ଜୀବନଧାରଣ ମାନ ପରିବର୍ତ୍ତନ ମୋର ପ୍ରାଥମିକତା

ଭୁବନେଶ୍ୱର () ଓଡ଼ିଶାର ସାଢେ ୪କୋଟି ଲୋକ ମୋର ପରିବାର , ସେମାନଙ୍କ ର ଭଲ ମନ୍ଦ ବୁଝିବା, ଉନ୍ନତି କରିବା ମୋର ଦାଇତ୍ଵ । ଏଦିଗରେ ଆପଣ ମାନଙ୍କୁ କାର୍ଯ୍ୟ କରିବାକୁ ପଡିବ । ପିଲାମାନଙ୍କ ପାଇଁ ଭଲ ଶିକ୍ଷା, ଲୋକମାନଙ୍କୁ ସ୍ଵାସ୍ଥ୍ୟ, ଭାଇ ଭଉଣୀ ମାନଙ୍କୁ ଚାକିରୀ ଦେବା ହେଉଛି ପ୍ରଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଦିଗରେ ଯତ୍ନଶୀଳ ହେବା ଆବଶ୍ୟକ ।

ଏହି ପରିବାରର ସାମଗ୍ରିକ ପରିବର୍ତ୍ତନ ପାଇଁ ଯେଉଁ ଏଜେଣ୍ଡା ରହିଛି ,ତାର ସଫଳତା ପାଇଁ କାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୋ ସରକାରର ମୁଖବନ୍ଦରେ ଏହା ସ୍ପଷ୍ଟ ଭାବରେ ଜାଣାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

ଲୋକସେବା ଭବନ ପରିସରରେ ନବନିର୍ମିତ କନଭେକ୍ସନ ସେଣ୍ଟରରେ ଅନୁଷ୍ଠିତ ହେଉଛି ଦୁଇଦିନିଆ ସମ୍ମିଳନୀ । ଅଫିସର ସମ୍ମିଳନୀରେ ଅଫିସରଙ୍କୁ ମାର୍ଗଦର୍ଶନ କଲେ ନବୀନ । ଲୋକମାନେ ହିଁ ପ୍ରଭୁ, ସେମାନେ ହିଁ ଆମର ଶାସନ ବିନ୍ଦୁ, ଆମ ସରକାର ଉପରେ ସାଧାରଣ ଲୋକଙ୍କର ଅତୁଟ ଆଶା ଓ ବିଶ୍ୱାସ ରହିଛି । ଆମ ବପା ଆଉ ମା ଭଳି ସ୍ୱାସ୍ଥ୍ୟ ସେବା ସମସ୍ତେ ପାଆନ୍ତୁ । ସାଢେ 4 କୋଟି ଓଡିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର । ସେମାନଙ୍କ ଆଶିର୍ବାଦରୁ ମୁଁ ଗତ 20 ବର୍ଷ ହେଲା ସେମାନଙ୍କର ସେବା କରୁଛି । ମୁଁ ଚାହେଁ ମୋ ପରିବାରର ସମସ୍ତଙ୍କୁ ସୁଖ ସୁବିଧା ମିଳୁ । ଲୋକଙ୍କୁ ସର୍ବଶେଷ୍ଠ ସେବା ପ୍ରଦାନ କରିବା ଆମର କର୍ତବ୍ୟ । ଉପସ୍ଥିତ ମନ୍ତ୍ରୀ ଓ ଅଫିସରଙ୍କୁ ଶପଥ ପାଠ କରାଇଲେ ନବୀନ । ଲୋକମାନେ ହିଁ ଗଣତନ୍ତ୍ରର ମୂଳଧାରା, ସବୁ ପ୍ରତିଷ୍ଠାନ ଲୋକଙ୍କ ପାଇଁ । ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିକୁ ମର୍ଯ୍ୟଦା ଦିଅନ୍ତୁ । ଉପସ୍ଥିତ ଅଧିକାରୀଙ୍କୁ କିଛି ଯୁଗାନ୍ତକାରୀ ମତାମତ ଦେବାକୁ ଦେବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । ଏମିତି ଜ୍ଞାନ ଦିଅନ୍ତୁ ଯାହା କି ଗେମ ଚେଞ୍ଜର ହେବ କହିଲେ ନବୀନ ।

ମୁଖ୍ୟ ଶାସନ ସଚିବ କହିଲେ ଯେ, ଲୋକମାନେ ମାଲିକ, ତାଙ୍କ ଅର୍ଥରେ ସରକାରୀ ବ୍ୟବସ୍ଥା ପରିଚାଳିତ ହେଉଛି । ଆମ ସମସ୍ତଙ୍କୁ ସେମାନଙ୍କ ପ୍ରତି ଉତ୍ତରଦାଇତ୍ଵ ରହିଛି । ଗତ ୧୦ ବର୍ଷ ଭିତରେ ରାଜ୍ୟ ସରକାରଙ୍କ ପାଖରେ ଅନେକ ଆହ୍ଵାନ ଥିଲା । ଦୃତ ଶିଳ୍ପାୟନ, ସହରୀକରଣ ପ୍ରସାସନ ପାଇଁ ନୂଆ ଆହ୍ଵାନ ସୃଷ୍ଟି କରିଛି  । ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଏହି ଆହ୍ଵାନକୁ ଗ୍ରହଣ କରାବାକୁ ପଡିବ ବରିଷ୍ଠ ଅଧିକାରୀମାନଙ୍କୁ ଏହି ଦୁଇଦିନିଆ ସମ୍ମିଳନୀରେ ପ୍ରଶିକ୍ଷଣ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ସେ କହିଛନ୍ତି ଯେ, ଦୁଇଦିନିଆ ସମ୍ମିଳନୀ ପାଇଁ ସଚିବ ସ୍ତରରେ ୫ଟି ଗ୍ରୁଫ ଓ ଜିଲ୍ଲାପାଳ ସ୍ତରରେ ୬ଟି ଗ୍ରୁପ କରାଯାଇଛି । ଆଜି ସେମାନେ କ୍ଷେତ ସ୍ତରୀୟ ଇକୋ ରିଟ୍ରିଟ୍ ବୁଲିଯିବେ । ଏହି ସବୁ ମତାମତରୁ ଯାହା ନିଷ୍କର୍ସ ବାହାରିବ ତାହା ଆଗାମୀ ଦିନରେ ରାଜ୍ୟର ସାମଗ୍ରୀକ ବିକାଶ ଦିଗରେ ସରକାରଙ୍କ ନିତି ନିର୍ଦ୍ଧାରଣରେ ସହାୟକ ହେବ । 

ଏହି ଦୁଇ ଦିନିଆ ସମ୍ମିଳନୀରେ ବାହାରିଥିବା ନିଷ୍କର୍ସକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ ହେବ । ଆସନ୍ତା ୨୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

Share

Leave a Reply

Your email address will not be published. Required fields are marked *

20 + six =