୨୨ରେ ଆସ୍ଥା ଭୋଟ

ବେଙ୍ଗାଲୁରୁ()  ୨୨ରେ ହେବ ଆସ୍ଥା ଭୋଟ । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବି । ଆଜି ସନ୍ଧ୍ୟା ୬ ସୁଦ୍ଧା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କୁମାରସ୍ୱାମୀଙ୍କୁ ଗତକାଲି ରାଜ୍ୟପାଳ ନିର୍ଦେଶ ଦେଇଥିଲେ । ଡେଡଲାଇନ ସରିଲା କିନ୍ତୁ କର୍ଣ୍ଣାଟକ ବିଧାନସଭାରେ ହୋଇପାରିଲା ନାହିଁ ଫ୍ଲୋର ଟେଷ୍ଟ । ଆସ୍ଥା ଭୋଟ ହୋଇନପାରିବାରୁ କର୍ଣ୍ଣାଟକ ରାଜନୀତିର ସଂକଟ ଜାରି ରହିଛି ।

ସେପଟେ ଏଭଳି ସ୍ଥିତିରେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କର୍ଣ୍ଣାଟକର କୁମାରସ୍ୱାମୀ ସରକାର । ରାଜ୍ୟପାଳ ଜାଣିଶୁଣି ବାଚସ୍ପତିଙ୍କ କାର୍ୟ୍ୟରେ ହସ୍ତକ୍ଷେପ କରିବା ସହ ଏକ ଦଳୀୟ ଏଜେଂଟ ଭଳି କାର୍ୟ୍ୟ କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଓ ଜେଡିଏସ ।

Share

Leave a Reply

Your email address will not be published. Required fields are marked *

six + four =