ବର୍ଷିଲେ ବାବୁଲ ସୁପ୍ରିଓ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ ମିଥୁନ ଚକ୍ରବର୍ତ୍ତୀ ସଂଳାପକୁ ନେଇ ଆକ୍ସନ ନେଇଚି କୋଲକାତା ପୋଲିସ । ତାଙ୍କୁ ହାଜର ହେବା ଲାଗି ସମନ ଜାରି କରିଛି । ଯାହାକୁ ନେଇ ବର୍ଷିଛନ୍ତି ବିଜେପି ସାଂସଦ ବାବୁଲ ସୁପ୍ରିଓ । ସେ କହିଛନ୍ତି କି, ଟିଏମସି ଆକ୍ରୋଶ ଭାବେ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯାହାକୁ ନେଇ ମୁହଁ ଖୋଲିଛନ୍ତି ବାବୁଲ ସୁପ୍ରିଓ । ସେ ଟ୍ୱିଟରରେ ଏକ ପୋଷ୍ଟ କରି ଟିଏମସି ନେତା ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ।

ସୂଚନା ଥାଉକି, ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ବିଜେପି ମିଥୁନ ଚକ୍ରବର୍ତ୍ତୀଙ୍କୁ ଷ୍ଟାର ପ୍ରଚାରକ ଭାବେ ନେଇଥିଲା । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବା ପରେ ମିଥୁ ଏକ ସଂଳାପ କହିଥିଲେ । ଯାହାକି ତାଙ୍କର ବଙ୍ଗଳା ଭାଷାରେ ବେଶ ହିଟ୍ ହୋଇଥିଲା । ସଳାଂପଟି ଥିଲା କି, ମାରବୋ ଏ ଖାବେ, ପଡୋବୋ ଶଶ୍ମାନେ । ତେବେ ମିଥୁନଙ୍କ ଏହି ସଂଳାପକୁ ନେଇ ଟିଏମସି କର୍ମୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଟିଏମସି ନେତା ଦର୍ଶାଇଛନ୍ତି ଯେ, ମିଥୁନଙ୍କ ଏହି ସଂଳାପ ପରେ ହିଂସା ହୋଇଛି । ଏଥିଲାଗି ସେ ଦାୟୀ ।

ସେପଟେ ବାବୁଲ ସୁପ୍ରିଓ କହିଛନ୍ତି ଯେ, ମିଥୁନ ଚକ୍ରମର୍ତ୍ତୀ ହେଉଛନ୍ତି ଆମର ଗର୍ବ । ସେ ବଲିଉଡରେ ବେଶ ନାଁ କରିଛନ୍ତି । ସେ ନିଜର ଫିଲ୍ମ ଡାଇଲଗ ମାରିଛନ୍ତି । କିନ୍ତୁ ତାଙ୍କ ବିରୋଧରେ ଆକ୍ରୋଶ ମୂଳକ ଭାବେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିନ୍ଦନୀୟ ।

Share

Leave a Reply

Your email address will not be published. Required fields are marked *

6 − 2 =