କଟକଣାରେ କଟିବ କାର୍ତ୍ତିକ ବ୍ରତ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଧର୍ମ କର୍ମର ମାସ କାର୍ତ୍ତିକ । କଥାରେ ଅଛି ଏହି ମାସରେ ଅଧିକ ପୂର୍ଣ୍ଣ ମିଳିଥାଏ । ଭକ୍ତମାନେ ହବିଷ ପାଳିଥାନ୍ତି । ଏପରିକି ଅଧିକାଂଶ ଲୋକ କାର୍ତ୍ତିକ ମାସରେ ଆମିଷ ଭକ୍ଷଣ କରିନଥାନ୍ତି । ତେବେ ଚଳିତ ମାସରେ ହବିଷ୍ୟାଳିମାନେ ଶ୍ରୀକ୍ଷେତ୍ରରେ ଭିଡ଼ ଜମାଇଥାନ୍ତି । କିନ୍ତୁ କୋରୋନା ଯୋଗୁଁ ହବିଷ୍ୟାଳିଙ୍କୁ ଶ୍ରୀକ୍ଷେତ୍ର ମନା ହୋଇଛି । କଟକଣା ସତ୍ତ୍ୱେ ଭିଡ ସମ୍ଭାବନା ଥିବାରୁ ନିୟନ୍ତ୍ରଣ ପାଇଁ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି । ଏହାଛଡା ସେବାୟତଙ୍କ ପାଇଁ ଆଜିଠାରୁ ଡ୍ରେସକୋଡ୍ ନିୟମ ବି ଲାଗୁ ହୋଇଛି । ପାରମ୍ପରିକ ପୋଷ।।କ ପିନ୍ଧି ଗର୍ଭଗୃହକୁ ପ୍ରବେଶ କରିବାକୁ ଶ୍ରୀମନ୍ଦିର ପ୍ରଶାସନର କଡା ନିର୍ଦ୍ଦେଶ ରହିଛି ।

Share

Leave a Reply

Your email address will not be published. Required fields are marked *

5 × 5 =