ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପ୍ରକଳ୍ପ

ନୂଆଦିଲ୍ଲୀ, 06/06 ():  କେନ୍ଦ୍ର ରସାୟନ ଏବଂ ସାର, ସଡକ ପରିବହନ ଏବଂ ରାଜମାର୍ଗ, ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ମନସୁଖ ଏଲ. ମାଣ୍ଡଭୀୟ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପ୍ରକଳ୍ପ ଅଧିନରେ ପରିବେଶ ଅନୁକୂଳ ସାନିଟାରୀ ନାପକିନ ‘ଜନଔଷଧୀ ସୁବିଧା’ର ଶୁଭାରମ୍ଭ କରିଛନ୍ତି  । ଦେଶର ୩୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକରେ ୩୬୦୦ରୁ ଅଧିକ ଜନଔଷଧୀ କେନ୍ଦ୍ରଗୁଡିକରେ ସୁଲଭ ମୂଲ୍ୟରେ ଏହି ସାନିଟାରୀ ନାପକିନ ଉପଲବ୍ଧ କରାଯିବ  । କେନ୍ଦ୍ର ରସାୟନ ଏବଂ ସାର ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର ମାର୍ଚ୍ଚ ୮,୨୦୧୮ ରେ ବିଶ୍ବ ମହିଳା ଦିବସ ଅବସରରେ ସୁଲଭ ମୂଲ୍ୟରେ ସାନିଟାରୀ ନାପକିନ ଉପଲବ୍ଧ କରାଇବାର ପ୍ରତିଶୃତି ଦେଇଥିଲେ  ।

ମାଣ୍ଡଭୀୟ କହିଥିଲେ ଯେ ବିଶ୍ବ ପରିବେଶ ଦିବସରେ ଏହା ସମସ୍ତ ମହିଳାମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଉପହାର  । ଏହି ଉତ୍ପାଦ ସୁଲଭ ମୂଲ୍ୟରେ ସୁବିଧାଜନକ ଭାବେ ମିଳିପାରୁଥିଲାବେଳେ ଏହାକୁ ନଷ୍ଟ କରିବା ସହଜ ହେବ  । ଏହି ଉତ୍ପାଦ ମହିଳାମାନଙ୍କର ସ୍ବଚ୍ଛତା, ସ୍ବାସ୍ଥ୍ୟ ଏବଂ ସୁବିଧା ସୁନିଶ୍ଚିତ କରିହେବ  । ଜନ ଔଷଧୀ ସୁବିଧାକୁ ବ୍ୟବହାର ପରେ ଅମ୍ଳଜାନ ସଂସ୍ପର୍ଶରେ ଆସି ଅତି ସହଜରେ ନଷ୍ଟ ହୋଇଯାଏ । ସେ କହିଥିଲେ ଯେ ଦେଶର ଗରିବ ମହିଳାମାନଙ୍କୁ ମଧ୍ୟ ସ୍ବଚ୍ଛତା, ସ୍ବାସ୍ଥ୍ୟ ଏବଂ ସୁବିଧା ପହଂଚାଇବା ସହିତ ଉତମ ମାନର ସ୍ବାସ୍ଥ୍ୟ ସୁବିଧା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ହାସଲ ଦିଗରେ ଏହା ସହାୟକ ହେବ  ।

ସେ କହିଥିଲେ ଯେ ବଜାରରେ ଉପଲବ୍ଧ ସାନିଟାରୀ ନାପକିନ ପ୍ରତି ପ୍ୟାଡ ୮ ଟଙ୍କା ଦେବାକୁ ପଡୁଥିବାବେଳେ ସୁବିଧା ନାପକିନ ମାତ୍ର ୨ ଟଙ୍କା ୫୦ରେ ଉପଲବ୍ଧ କରାଯିବ । ଏହାଦ୍ବାରା ମହିଳାମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ବଚ୍ଛତା ସୁନିଶ୍ଚିତ କରିହେବ । ଭାରତରେ ମହିଳାମାନଙ୍କର ସ୍ବାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବର୍ତମାନ ମଧ୍ୟ ବଜାରରେ ଉପଲବ୍ଧ ବଡ ବଡ ବ୍ରାଣ୍ଡର ସାନିଟାରୀ ନାପକିନ ମହିଳାମାନଙ୍କ ପାଖରେ ପହଂଚି ପାରିନାହିଁ  । ଋତୁସ୍ରାବ ସମୟରେ ଅସ୍ବଚ୍ଛ ବ୍ୟବହାର ବା ଅପରିଚ୍ଛନ୍ନତା ଯୋଗୁଁ ମହିଳାମାନେ ଅନେକ ରୋଗର ଶିକାର ହେଉଛନ୍ତି  ।

ରାଷ୍ଟ୍ରୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ୨୦୧୫-୧୬ ଅନୁସାରେ ୧୫ ରୁ ୨୪ ବର୍ଷ ବୟସର ୫୮ ପ୍ରତିଶତ ମହିଳା ତାଙ୍କ ନିକଟରେ ଉପଲବ୍ଧ ସାନିଟାରୀ ନାପକିନ ବ୍ୟବହାର କରୁଥିବାବେଳେ ସହରାଂଚଳରେ ୭୮ ପ୍ରତିଶତ ମହିଳା ସ୍ବଚ୍ଛ ଭାବେ ପରିସ୍କାର ପରିଚ୍ଛନ୍ନତା ଉପାୟ ଅବଲମ୍ବନ କରିଥାନ୍ତି। ଗ୍ରାମାଂଚଳରେ କେବଳ ୪୮ ପ୍ରତିଶତ ମହିଳାମାନେ ସାନିଟାରୀ ନାପକିନ ବ୍ୟବହାର କରନ୍ତି  ।

Share

Leave a Reply

Your email address will not be published. Required fields are marked *

2 × 4 =