ବିଜନେସ ଟ୍ରିପରେ ଯୌନ ସମ୍ପର୍କ ବେଳେ କର୍ମଚାରୀର ମୃତ୍ୟୁ ପାଇଁ କମ୍ପାନୀ ଦାୟୀ

ଭୁବନେଶ୍ବର () ବ୍ୟବସାୟୀକ ଟ୍ରିପରେ ଯୌନ ସମ୍ପର୍କ ସମୟରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ପାଇଁ ଫ୍ରାନ୍ସର ଏକ କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରାଯାଇଛି । କମ୍ପାନୀର କର୍ମଚାରୀ ଜଣକ ଜଣେ ଅଜଣା ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ ।

ପାରିସ କୋର୍ଟ ରୁଲିଂ ଦେଇଛନ୍ତି ଯେ, ଯେହେତୁ କର୍ମଚାରୀ ଜଣକ ବ୍ୟବସାୟୀକ ଟ୍ରିପରେ ଥିଲେ ତେଣୁ ଏହା ଏକ ଶିଳ୍ପ ସମ୍ପର୍କିତ ଦୁର୍ଘଟଣା । ଏଥିପାଇଁ କର୍ମଚାରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ପଡିବ । କମ୍ପାନୀ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ହୋଟେଲ ରୁମରେ ଅତିଥିଙ୍କୁ ଆଟେଣ୍ଡ ଦେବା ସମୟରେ ସେ ବୃତ୍ତିଗତ କାର୍ଯ୍ୟରେ ନଥିଲେ । କିନ୍ତୁ ଫ୍ରାନ୍ସ ଆଇନ ଅନୁଯାୟୀ ବିଜନେସ ଟ୍ରିପ ସମୟରେ ଯେକୌଣସି ପ୍ରକାର ଦୁର୍ଘଟଣା ପାଇଁ କମ୍ପାନୀକୁ କ୍ଷତିପୂରଣ ମିଳିବାର ବ୍ୟବସ୍ଥା ରହିଥିବା ଜଜ ରୁଲିଂ ଦେଇଥିଲେ ।

ମୃତ କର୍ମଚାରୀଜଣକ ଜଣେ ଇଂଜିନିୟର ଭାବେ ପ୍ୟାରିସ ନିକଟରେ ଥିବା ରେଳବାଇର ସର୍ଭିସ କମ୍ପାନୀ ଟିଏସଓରେ କାର୍ଯ୍ୟ କରୁଥିଲେ । ସେଣ୍ଟ୍ରାଲ ଫ୍ରନ୍ସକୁ ବିଜନେସ ଟ୍ରିପରେ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । କମ୍ପାନୀ ପକ୍ଷରୁ ସଂପୃକ୍ତ କର୍ମଚାରୀଙ୍କ ସଂପର୍କକୁ ‘ଅଜଣା ଯୁବତୀଙ୍କ ସହ ଅବୈଦ୍ଧ ସମ୍ପର୍କ’ ବୋଲି କହୁଯାଇଛି ।

କମ୍ପାନୀ ପକ୍ଷରୁ ବୀମା କମ୍ପାନୀର ଅନୁକମ୍ପା ରାଶି ପ୍ରଦାନ ନିଷ୍ପତ୍ତି ଚ୍ୟାଲେଂଜ କରାଯାଇଥିଲା । ଏହି ମୃତ୍ୟକୁ ବୀମା କମ୍ପାନୀ କର୍ମକ୍ଷେତ୍ରରେ ମୃତ୍ୟୁ ବୋଲି କହୁଯାଇଛି । ବୀମା କମ୍ପାନୀ ଯୌନ ସମ୍ପର୍କକୁ ଦୈନିକ ଖାଇବା କିମ୍ବା ଗାଧୋଇବା ଭଳି ଏକ ସାଧାରଣ ଘଟଣା ବୋଲି ବର୍ଣ୍ଣନା କରିଛି ।

Share

Leave a Reply

Your email address will not be published. Required fields are marked *

two × 5 =