ନୀଳଗିରି ବିଧାୟକ ଗୁରୁତର

ନୀଳଗିରି() ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଗୁରୁତର ଥାଇ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ବାଲେଶ୍ୱର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସୁସ୍ଥ ହୋଇ ଫେରିଥିଲେ । ପୁଣି ଗତ ୨୭ ତାରିଖରେ ସେ ଭୁବନେଶ୍ୱର ଯାଇ ବିଧାନସଭା ପାଇଁ କୋଭିଡ ପରୀକ୍ଷା କରାଇଥିବା ବେଳେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା । ସେ ସରକାରୀ ବାସଭବନରେ ରହି ଚିକିତ୍ସିତ ହେଉଥିଲେ । ତେବେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା । ତାଙ୍କୁ ଚିକିତ୍ସା ପାଇଁ ଏମ୍‌ସରେ ଭର୍ତ୍ତି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one × four =