ସାମ୍ବାଦିକଙ୍କ ପାଇଁ ନବୀନଙ୍କ କଲ୍ୟାଣକାରୀ ପ୍ୟାକେଜ

https://www.youtube.com/watch?v=lL6PX-YyzIw

ମୃତ୍ୟୁବରଣ କଲେ 4ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା

ଭୁବନେଶ୍ବର () ରାଜ୍ୟ ସରକାର ଆଜି ସାମ୍ବାଦିକଙ୍କ ପାଇଁ ଏକାଧିକ କଲ୍ୟାଣକାରୀ ପ୍ୟାକେଜ ଘୋଷଣା କରିଛନ୍ତି  । ଦୀର୍ଘ ଦିନ ହେଲେ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ହେଉଥିବା ଦାବିକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ସାମ୍ବାଦିକ କଲ୍ୟାଣକାରୀ ପ୍ୟାକେଜକୁ ମଂଜୁରୀ ମିଳିଛି  । ପ୍ରଥମ ଥର ପାଇଁ ରାଜ୍ୟ ସରକାର ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବିମା ସହ କର୍ତ୍ତବ୍ୟରତ ସମୟରେ ମୃତ୍ୟୁ ବରଣ କଲେ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି  ।

ଦୀର୍ଘ ବର୍ଷ ଭରି ରାଜ୍ୟର ସାମ୍ବାଦିକମାନେ ସେମାନଙ୍କ ସ୍ବାସ୍ଥ୍ୟ ବିମା ଏବଂ ଅନ୍ୟାନ ସୁବିଧା ସୁଯୋଗ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସୁଥିଲେ । ବିଭିନ୍ନ ସାମ୍ବାଦିକ ସଂଗଠନ ଏନେଇ ବାରମ୍ବାର ମୁଖ୍ୟମନ୍ତ୍ରୀ ଓ ବଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଜି ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ କର୍ତ୍ତବ୍ୟରେ ଥିବା ସମୟରେ ମୃତ୍ୟୁବରଣ କରୁଥିବା କର୍ତ୍ତବ୍ୟରତ ସାମ୍ବାଦିକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବେ ସରକାର  । କର୍ତ୍ତବ୍ୟରେ ଥିବା ସମୟରେ କୌଣସି ଦୁର୍ଘଟଣାରେ ଶିକାର ହୋଇ ସ୍ଥାୟୀ ଭାବେ ଅକ୍ଷମ ହୁଅନ୍ତି ତେବେ ତାଙ୍କୁ 2 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ  । ସ୍ବାସ୍ଥ୍ୟ ବିମାରେ 2ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତାରେ କ୍ୟାନସର, କିଡନୀ, ହାର୍ଟ କିମ୍ବା ଅନ୍ୟ କୌଣସି ଗୁରୁତ୍ତର ଅସୁସ୍ଥତା ପାଇଁ ଅଧିକ ଆର୍ଥିକ ସହାୟତାର ଆବଶ୍ୟକତା ପଡିଲେ ଡିଏମଇଟିଙ୍କ ଜରିଆରେ ତାହା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି  ।

ଗୃହ ଋଣ ଉପରେ ସେହିପରି 25 ଟଙ୍କା ପର୍ଯ୍ୟନ୍ତ 3 ପ୍ରତିଶତ ସୁଧ ଛାଡ ଘୋଷଣା କରିଛନ୍ତି ସରକାର  । ଚାରି ଚକିଆ ଯାନ ଉପରେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ଦୁଇ ଚକିଆ ଯାନରେ 50ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ମଧ୍ୟ  ପ୍ରତିଶତ ଲେଖାଏଁ ସୁଧ ଛାଡ କରିବେ ସରକାର  । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ପରେ ତାଙ୍କ ପିଲାଙ୍କ ଶିକ୍ଷା ପାଇଁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାସିକ 1500 ଟଙ୍କା ଏବଂ ଉଚ୍ଚ ଶିକ୍ଷା ପାଇଁ ମାସିକ 2500 ଟଙ୍କା ପ୍ରଦାନ କରାଯିବ  । ସାମ୍ବାଦିକଙ୍କ ବୃତିଗତ ପ୍ରଶିକ୍ଷଣ ପାଇଁ ମଧ୍ୟ ଜଣଙ୍କ ପିଛା 10ହଜାର ଟଙ୍କା ସରକାର ପ୍ରଦାନ କରିବେ  । ସାମ୍ବାଦିକଙ୍କ ପାଇଁ ଘୋଷଣା ହୋଇଥିବା ଏହି ପ୍ୟାକେଜ ଜୁନ 1 ତାରିଖରୁ ଲାଗୁ ହେବ  ।

Share

Leave a Reply

Your email address will not be published. Required fields are marked *

10 − 1 =