ପରିବହନ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ  ଦାବି

Taxi Auto Strike in Odisha

ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଦିନିକିଆ ଧର୍ମଘଟ

ଭୁବନେଶ୍ବର () ଦିନିକିଆ ଧର୍ମଘଟରେ ଥିବା ରାଜ୍ୟ ଟାକ୍ସି ଓ ଅଟୋ ମହାସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସାତ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି  । ମହାସଂଘ କ୍ଷୁଦ୍ର ମୋଟରଜାନ ଚାଳକଙ୍କ ଉପରେ କେନ୍ଦ୍ରର ଜୁଲମକୁ ପ୍ରତିବାଦ କରିବା ସହ ଶ୍ରମିକ କଲ୍ୟାଣ ବୋର୍ଡ ଢାଞ୍ଚାରେ ସ୍ବତନ୍ତ୍ର ପରିବହନ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରିବାକୁ ଦାବି କରିଛି  ।

ତେଲେଙ୍ଗାନା ପରି ଦେଶର ଅନେକ ରାଜ୍ୟ ଅଟୋକୁ ଟିକସ ପରିସୀମା ବାହାରେ ରଖିବା ବେଳେ କେନ୍ଦ୍ର ସରକାରଙ୍କ ସଂଶୋଧିତ ଟିକସ ହାର ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ବ୍ୟବସାୟକୁ ମାନ୍ଦା କରିଦେଇଛି  । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯାତ୍ରୀ ବର୍ଦ୍ଧିତ ଭଡା ଦେବାକୁ ଅନିଛା ପ୍ରକାଶ କରୁଛନ୍ତି  । ଏହିଦୃଷ୍ଟିରୁ ସରକାର ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣ କରିବା ପାଇଁ ଏହାକୁ ଜିଏସଟି ପରିସରଭୂକ୍ତ କରିବାକୁ ମହାସଂଘର ସଭାପତି ସୁବାଷ ସିଂହ ଦାବି କରିଛି  । ହାଲୁକା ଓ ଭାରି ଯାନ ଉପରେ ଇନସୁରାନ୍ସ ପ୍ରିମିୟମ 50 ପ୍ରତିଶତ ବଢାଇଛନ୍ତି  । କେନ୍ଦ୍ରୀୟ ଟିକସ ହାରରେ ସଂଶୋଧନ ଦ୍ବାରା ପୂର୍ବ ବର୍ଷ ଅପେକ୍ଷା ଅଟୋ ଓ ଟ୍ୟାକ୍ସି ଗାଡି ଉପରେ ଟିକସ ଭାର ତିନିଗୁଣା ହୋଇଛି  ।

ସେହିଭଲି ଓଲା, ଉବେର ଓ ଜୁଗନୁ ଚଳାଚଳକୁ ମହାସଂଘ ବେଆଇନ ବୋଲି ଦର୍ଶାଇଛି  । କେନ୍ଦ୍ର ସରକାର ଏହି ଅନଲାଇନ ପରିବହନ ବ୍ୟବସ୍ଥାକୁ ଅନୁମତି ଦେଇଥିବା ବେଳେ ରାଜ୍ୟ ସରକାର ଏ ସଂପର୍କରେ କୌଣସି ନୀତି ନିର୍ଦ୍ଧାରଣ କରିନାହାଁନ୍ତି  । ଏହିଦୃଷ୍ଟିରୁ ମହାସଂଘ ଏହିସବୁ ପରିବହନକୁ ବେଆଇନ ବୋଲି ଦର୍ଶାଇ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରିଛି  । ଗତ 20 ବର୍ଷ ଧରି କଟକ, ଭୁବନେଶ୍ବର, ବାଲେଶ୍ବର ପୁରୀ, ରାଉଲକେଲା ଆଦି ସହରରେ ଅଟୋ ଚାଳକଙ୍କ ପାଇଁ ପାର୍କିଂ ସ୍ଥାନ ପାଇଁ ଦାବି ହୋଇଆସୁଛି  । କିନ୍ତୁ ଏଯାଏଁ ଏହିସବୁ ସହରରେ ଅଟୋ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ନଥିବାରୁ ମହାସଂଘ ଅସନ୍ତୋଷ ପ୍ରକାଶ କରିଛି  । ମୋଟର ଭେଇକିଲ ଆଇନ 1988 ଏବଂ ମୋଟର ଭେଇକିଲ କର୍ମଚାରୀ ଆଇନରେ ସଂଶୋଧନ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସଂଶୋଧନ ପ୍ରସ୍ତାବକୁ ବିଭିନ୍ନ ପରିବହନ କର୍ମଚାରୀ ସଂଘ ବିରୋଧ କରୁଥିବାରୁ ରାଜ୍ୟ ଟ୍ୟାକ୍ସି ଓ ଅଟୋ ମହାସଂଘ ବି ଏହାକୁ ବିରୋଧ କରୁଛି । ରାଜ୍ୟର ପ୍ରାୟ 10 ଲକ୍ଷ ପରିବହନ କର୍ମଚାରୀ ରାଜ୍ୟ ସରକାରଙ୍କ ସବୁ ପ୍ରକାର କଲ୍ୟାଣମୂଳକ ଯୋଜନାରୁ ବଂଚିତ ହେଉଥିବା ମହାସଂଘ ଅଭିଯୋଗ କରିଛି  ।

Share

Leave a Reply

Your email address will not be published. Required fields are marked *

15 − three =