ଅଗଷ୍ଟ ୪ରେ ଶ୍ରୀମନ୍ଦିର ପ୍ରଶାସକଙ୍କ ବୈଠକ

ପୁରୀ: ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ସଂପର୍କରେ ଅଗଷ୍ଟ ୪ରେ ବୈଠକ ହେବ । ଅଗଷ୍ଟ ୪ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଭର୍ଚୁଆଲ ମିଟିରେ ପୁରୀ ଜିଲ୍ଲାପାଳ, ଏସପି, ସିଡିଏମଓ, ସମନ୍ୱୟ କମିଟି ସଦସ୍ୟ, ସ୍ରୀମନ୍ଦିର ପ୍ରସାସନ ଅଧିକାରୀ ରହିବେ । ପ୍ରାୟ ଅଢେଇ ମାସ ହେଲାଣି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମଇ ୫ ତାରିଖରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ବର୍ତ୍ତମାନ ପୁରୀ ସମେତ ସମଗ୍ର ରାଜ୍ୟରେ କରୋନାର ଦ୍ୱିତୀୟ ଲହର ତୀବ୍ର ଗତିରେ ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ଏହି କଟକଣା ଅବଧିକୁ ବୃଦ୍ଧି କରିଛନ୍ତି ।

କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିୟମିତ ବ୍ୟବଧାନରେ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (ଏସ୍ଓ ପି)ର ସମୀକ୍ଷା କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯଦିଓ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯିବ ନାହିଁ, ତଥାପି ସେବାୟତ ତଥା ମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ଶ୍ରୀଜୀଉମାନଙ୍କର ସମସ୍ତ ରୀତିନୀତି ଜାରି ରହିବ ବୋଲି ଡକ୍ଟର କୁମାର କହିଥିଲେ ।

Share

Leave a Reply

Your email address will not be published. Required fields are marked *

1 × 1 =