ମୁଁ ସଂପୂର୍ଣ୍ଣ ରୂପେ ପାଟକୁରାବାସୀଙ୍କର : ସାବିତ୍ରୀ

କେନ୍ଦ୍ରାପଡା()  ପାଟକୁରା ବିଧାନସଭା ଆସନରେ ବାଜିମାତ୍ କରିଛି ବିଜେଡି । ହେବିଓ୍ବେଟ୍ ନେତା ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପାଖାପାଖି ୧୮ହଜାର ଭୋଟ୍ ରେ ପରାସ୍ତ କରି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ବିଜୟୀ ହୋଇଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାର୍ଥୀ ମାତ୍ର ୨ହଜାର ୨୧ଖଣ୍ଡ ଭୋଟ୍ ପାଇବା ସହ ଆମାନତ ହରାଇଛନ୍ତି ।

ସେପଟେ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ସାବିତ୍ରୀ ଅଗ୍ରୱାଲ । ସାବିତ୍ରୀ କହିଛନ୍ତି , ଦଳର ସୁପ୍ରିମୋ ମୋ ଉପରେ ଯେଉଁ ଆସ୍ଥା ଆଉ ଭରସା ରଖି ଟିକେଟ୍ ଦେଇଥିଲେ ସେହି ଭରସା ଆଉ ବିଶ୍ୱାସକୁ ମୁଁ ଅତୁଟ ରଖିବାକୁ ଚେଷ୍ଟା କରିଛି । ଏବେ ପାଟକୁରାରେ ନିଶ୍ଚୟ ଜିତିବି ବୋଲି ମୋର ପୂରା ଭରସା ଥିଲା । ପାଟକୁରାରେ କୌଣସି ସ୍ୱାଭିମାନ କି ସମ୍ମାନର ଜିତ୍ ହୋଇନି ବରଂ ଏଠି କର୍ମର ବିଜୟ ହୋଇଛି । ଯାହାକୁ ମୁଁ ଦୀର୍ଘ ୧୦ ବର୍ଷ ହେଲା ପାଟକୁରା ପାଇଁ କରିଆସିଥିଲି । ଲୋକେ ଚାହାଁନ୍ତି ତାଙ୍କର ଯିଏ ନେତା ହେବେ ସେ ତାଙ୍କ ସୁଖ ଦୁଃଖରେ ଠିଆ ହେବେ । ଏଥିସହିତ ବିଜୟ ପରେ ପାଟକୁରା ବାସୀଙ୍କ ସନ୍ଦେଶ ଦେଇ ସାବିତ୍ରୀ କହିଛନ୍ତି, ମୁଁ ସଂପୂର୍ଣ୍ଣ ରୂପେ ପାଟକୁରାବାସୀଙ୍କର । ଆଉ ପାଟକୁରାବାସୀ ହେଉଛନ୍ତି ମୋର ।

Share

Leave a Reply

Your email address will not be published. Required fields are marked *

twelve − eleven =