ଜନସନ୍ ପାଉଡ଼ରରେ ରହିଛି କ୍ୟାନସର ସଷ୍ଟିକାରୀ ତତ୍ୱ

ନୂଆଦିଲ୍ଲୀ() ଜୀବନ ନେଇପାରେ ବେବି ପାଉଡ଼ର । ଜନସନ୍ ପାଉଡ଼ରରେ ରହିଛି କ୍ୟାନସର ସଷ୍ଟିକାରୀ ତତ୍ୱ । କୋମଳମତିଙ୍କ କୋମଳ ତ୍ୱଚା ପାଇଁ ବ୍ୟବହୃତ ହେଉଥିବା ଏହି ପାଉଡ଼ରରେ ଅଛି ମାରାତ୍ମକ ରୋଗର ଉପାଦାନ । କର୍କଟ ସୃଷ୍ଟିକାରୀ ତତ୍ୱ ରହିଛି ବୋଲି ଆମେରକିକାର ଏକ ସ୍ୱାସ୍ଥ୍ୟ ନିୟାୟମ ଯାଂଚ ଏଜେନ୍ସି ଦ୍ୱାରା ଜଣାପଡ଼ିଛି । ଯାଂଚ ପରେ ବଜାରରୁ ୩୩ ହଜାର ବେବି ପାଉଡ଼ର ଡବା ଫେରାଇ ନେଇଛି କମ୍ପାନୀ । ପୂର୍ବରୁ ଅନେକ ଥର ଜନସନ୍ ଆଣ୍ଡ ଜନସନ୍ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ୱ ରହିଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ହେଲେ ଏହାକୁ ଖଣ୍ଡନ କରୁଥିଲା କମ୍ପାନୀ । ଏବେ ଯାଂଚ ପରେ ପ୍ରକୃତ ସତ୍ୟ ବାହରକୁ ଆସିଛି ।

Share

Leave a Reply

Your email address will not be published. Required fields are marked *

3 + nine =