ରୂପେଶ କାହାର ?

ଭୁବନେଶ୍ବର () ଯାଜପୁର ଜିଲ୍ଲା ଧର୍ମଶାଳା ବଳ୍କ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଗତ କିଛି ଦିନ ହେଲା ବେଶ ହଟଚମଟ ଚାଲିଛି । ଏହି ଘଟଣାରେ ପୋଲିସ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରକୁ ଗିରଫ ମଧ୍ୟ କରିସାରିଲାଣି । ତଥାପି ସରୁନି ରାଜନୀତି । ଏବେ ଏହି ଘଟଣାରେ ଏକ ନୂଆ ଖିଅ ଯୋଡି ହୋଇଛି । ରୂପେଶ ଭଦ୍ର କାହାର, ବିଡେଡିର ନା ବିଜେପିର । କାରଣ ଦୁଇ ଦଳର ବରିଷ୍ଠ ନେତାଙ୍କ ସହ ରୂପେଶ ଫଟୋ ଉଠାଇଥିବାର ଦୁଇଟି ଭିନ୍ନ ଭିନ୍ନ ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲିଛି ।

ଆଜି ପୂର୍ବାହ୍ନରେ ରାଜ୍ୟ ବିଜେପି ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଦୁଇ ଯୁବ ନେତା ଅରୁଣ କୁମାର ସାହୁ ଓ ପ୍ରଣବ ବଳବନ୍ତରାୟଙ୍କ ସହ ରୂପେଶଙ୍କ ଫଟୋକୁ ପ୍ରଦର୍ଶନ କରି ଏହି ହତ୍ୟାକୁ ଏକ ନୂଆ ଦିଗ ଦେବାକୁ ଚେଷ୍ଟା କରିଥିଲେ । ସିଧାସଳକ ଭାବ ରୂପେଶର ଲିଙ୍କ ବିଜେଡିର କେଉଁ ନେତାଙ୍କ ସହ ରହିଥିଲା, ଏବଂ ଏଥିରେ କାହାର ସମ୍ପୃକ୍ତି ଥାଇାପାରେ ବୋଲି ପ୍ରଶ୍ନ ଉଠାଇଥିଲେ ।

ସେପଟେ ଆଉ କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଘୁରୁଛି । ସେଥିରେ ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମାଙ୍କ ସହ ରୂପେଶଙ୍କ ଫଟୋ ରହିଛି । ଏହି ଫଟୋରେ ମଧ୍ୟ ରୂପେଶ ବେଶ ଅନ୍ତରଙ୍ଗ ଭଳି ସଜ୍ଜନଙ୍କ ସହ ଫଟୋ ଉଠାଇଛନ୍ତି । ତାହା ପୁଣି ଏକ ରେସ୍ତୋରାଁ ଭିତରେ । ଏହି ଫଟୋ କଣ ବିଜେପି ସହ ରୂପେସଙ୍କ ରାଜନୈତିକ ସମ୍ପୃକ୍ତିକୁ ପ୍ରମାଣିତ କରୁନାହିଁ କି । ଯଦି ବିଜେଡିର ଦୁଇ ଯୁବ ନେତାଙ୍କ ସହ ରୂପେଶଙ୍କ ଫଟୋକୁ ଦେଖାଇ ବିଜେପି ନେତାମାନେ ସ୍ମିତାରାଣୀ ହତ୍ୟାକୁ ବିଜେଡି ସହ ଯୋଡିବାକୁ ଚେଷ୍ଟା କରୁଛନ୍ତି, ତେବେ ବିଜେପି ନେତାଙ୍କ ସମ୍ପୃକ୍ତିକୁ କାହିଁକି ଅଣଦେଖା କରୁଛନ୍ତି । ସଜ୍ଜନଙ୍କ ସହ ରୂପେଶ ଫଟୋ ଉଠାଇବା ଦ୍ବାରା ତାର ବିଜେପି ଦଳ ଓ ନେତାଙ୍କ ସହ ଘନିଷ୍ଠତା ଥିବା ଚର୍ଚ୍ଚାକୁ ଏଡାଇଦିଆଯାଇପାରିବନି ।

Share

Leave a Reply

Your email address will not be published. Required fields are marked *

nine + seventeen =