ମହିଳାଙ୍କ ମୃତ୍ୟୁକୁ ନେଇ ରାଜନୀତି କରାନଯାଉ:ବିଜେଡି 

ଭୁବନେଶ୍ବର () ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଭିଏଲ୍‍ଡବ୍ଲ୍ୟୁ ମୃତ୍ୟୁ ଘଟଣାର ପୁଲିସ୍‍ ତଦନ୍ତ ଜୋରଦାର ଭାବେ ଚାଲିଥିବାବେଳେ ବିରୋଧିଦଳ ଗୁଡିକ ଏହାକୁ ରାଜନୈତିକ ରଙ୍ଗ ଦେଇ ତଦନ୍ତକୁ ବାଟବଣା ନକରିବାକୁ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି । ଡକ୍ଟର ପାତ୍ର କହିଛନ୍ତି ଯେ ଏହି ହତ୍ୟା ଘଟଣା ଉପରୁ ପରଦା ଉଠାଇବା ପାଇଁ ପୁଲିସ୍‍ ଆପ୍ରାଣ ଉଦ୍ୟମ କରୁଥିବାବେଳେ ଏହା ଉପରେ ଆମେ ସମସ୍ତେ ଭରସା ରଖିବା ଉଚିତ୍‍ । ହେଲେ କିଛି ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷ ନିଜ ନିଜର ଫାଇଦା ପାଇଁ ଏହାର ରାଜନୀତିକରଣ ଦେବାରେ ଲାଗିଛନ୍ତି । ଏହାଦ୍ବାରା ତଦନ୍ତ ବାଟବଣା ହେବାର ଢେର ସମ୍ଭାବନା ରହିଛି ।

ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ଏବେ କିଛି ନେତା ଦଳ ବଳ ସହ ସମ୍ପୃକ୍ତ ଅଞ୍ଚଳକୁ ଯିବା ସହିତ ଗଣମାଧ୍ୟମକୁ ବିବୃତ୍ତିମାନ ଦେବାରେ ଲାଗିଛନ୍ତି । ଏପରିକି ଏହି ଘଟଣାରେ ଅନ୍ୟମାନଙ୍କ ନାମକୁ ଯୋଡି ସାଧାରଣରେ ଭ୍ରମ ସୃଷ୍ଟି କରାଯାଉଛି । ଜଣେ ମହିଳା ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଥିବାରୁ ରାଜ୍ୟ ସରକାର ଏହାକୁ ଗୁରୁତ୍ତର ସହ ନେଇଛନ୍ତି । ପୁଲିସ୍‍ ମଧ୍ୟ ଠିକଣା ଭାବେ ତଦନ୍ତକୁ ଆଗକୁ ନେଉଛି । ମାମଲା ଉପରୁ ପରଦା ହଟାଇବା ସହିତ ଏଥିରେ କୌଣସି ବ୍ୟକ୍ତି ସମ୍ପୃକ୍ତ ବୋଲି ଜଣାପଡିଲେ ସେମାନଙ୍କ ବିରୁଦ୍ଧରେ ଆଇନ୍‍ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା ହୋଇଥିବାବେଳେ ତଦନ୍ତରେ ପୁଲିସ୍‍କୁ ସହଯୋଗ କରିବା ବଦଳରେ କିଛି ରାଜନୈତିକ ଦଳ ଓ ବ୍ୟକ୍ତି ଆଗୁଆ ଯେଭଳି ମାମଲା ସହିତ ଅନ୍ୟମାନଙ୍କୁ ଯୋଡୁଛନ୍ତି ତାହାଦ୍ବାରା କେବଳ ତଦନ୍ତ ବାଟବଣା ହେବନାହିଁ, ମୃତକଙ୍କ ପରିବାର ମଧ୍ୟ ନ୍ୟାୟ ପାଇବାରେ ବିଳମ୍ବ ହେବାର ଆଶଙ୍କା ଉପୁଜିଲାଣି ।

ଇତି ମଧ୍ୟରେ ଏହି ଘଟଣାର ତଦନ୍ତ ସିବିଆଇ ଦ୍ବାରା କରିବାକୁ ଯେଉଁ ଦାବି ହୋଇଛି ଡକ୍ଟର ପାତ୍ର ତାହାକୁ ଅଗ୍ରାହ୍ୟ କରିବା ସହିତ ମାମଲାର ତଦନ୍ତ କ୍ଷେତ୍ରରେ ଓଡିଶା ପୁଲିସ୍‍ ସିବିଆଇ ଠାରୁ କୌଣସି ଗୁଣରେ କମ୍‍ ନୁହେଁ । ତେଣୁ ପୁଲିସ୍‍ ଉପରେ ଭରସା ରଖିବା ସହିତ ସମ୍ପୃକ୍ତ ପରିବାର କିଭଳି ନ୍ୟାୟ ପାଇବେ ସେଥିପାଇଁ ସମସ୍ତେ ସହଯୋଗ କରିବା ଏବଂ ମହିଳାଙ୍କ ହତ୍ୟାକାଣ୍ଡ ଭଳି ସମ୍ବେଞ୍ଜ-ଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ଡକ୍ଟର ପାତ୍ର ଅନୁରୋଧ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − two =