ଓଡିଶାକୁ ହତାସ କଲେ ଅର୍ଥକମିଶନ

ନୂଆଦିଲ୍ଲୀ() ଓଡିଶାକୁ ହତାସ କଲେ ଅର୍ଥକମିଶନ । କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶଧନ ୨୦୨୦-୨୧ ଆର୍ଥିକ ବର୍ଷରୁ ହ୍ରାସ ପାଇଛି। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଟିକସରେ ରାଜ୍ୟଗୁଡ଼ିକୁ ଦେଉଥିବା ଅଂଶଧନକୁ ୪୨ରୁ ୪୧ପ୍ରତିଶତକୁ ହ୍ରାସ କରିଛନ୍ତି। ଏଥିଯୋଗୁ ଓଡ଼ିଶାକୁ ମୋଟ୍ କେନ୍ଦ୍ରୀୟ ଟିକସରେ ୪.୬୪୨% ପରିବର୍ତ୍ତେ ୨୦୨୦-୨୧ ଆର୍ଥିକ ବର୍ଷରୁ ୪.୬୨୯% ଅଂଶଧନ ମିଳିବ। ମୋଟ ୩୬୨୯୯.୭୪କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ଆସନ୍ତା ଆର୍ଥିକ ବର୍ଷରେ ଓଡ଼ିଶାକୁ ମିଳିବ ବୋଲି କେନ୍ଦ୍ର ବଜେଟରେ ଆକଳନ କରାଯାଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କେନ୍ଦ୍ର ବଜେଟ୍ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ୍ ୨.୪୧ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ମିଳିବାକୁ ଥିବାବେଳେ ସେଥିରେ ଓଡ଼ିଶାକୁ ୪.୬୨୯% ହାରରେ ମୋଟ ୩୬୨୯୯.୭୪ କୋଟି ଟଙ୍କା ମିଳିବ। ଓଡ଼ିଶାକୁ କର୍ପୋରେସନ୍ ଟିକସ ବାବଦରେ ୧୧,୧୬୫.୭୦କୋଟି ଟଙ୍କା, ଆୟକର ଟିକସରୁ ୧୦୩୮୨.୧୦କୋଟି ଟଙ୍କା, ସେଣ୍ଟ୍ରାଲ ଜିଏସଟିରୁ ୧୦୯୮୬.୯୮କୋଟି ଟଙ୍କା, କଷ୍ଟମ ଡ୍ୟୁଟିରୁ ୨୨୬୫.୬୬କୋଟି ଟଙ୍କା, ୟୁନିଅନ୍ ଏକ୍ସାଇଜ୍ ଡ୍ୟୁଟିରୁ ୧୪୮୦.୩୧କୋଟି ଟଙ୍କା ଓ ସର୍ଭିସ ଟ୍ୟାକ୍ସରୁ ୧୯.୩୬କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଛି।

ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ଓଡ଼ିଶାକୁ ୨୦୧୯-୨୦ରେ କେନ୍ଦ୍ରୀୟ ଟିକସରେ ୪.୬୪୨% ଅଂଶଧନ ମିଳୁଥିବାବେଳେ ମୋଟ୍ ୩୩୧୮୫.୬୭ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଥିଲା। ତେବେ ଚଳିତ ଆର୍ଥିକ ବର୍ଷରେ ସଂଶୋଧିତ ବଜେଟରେ କେତେ କେନ୍ଦ୍ରୀୟ ଟିକସ ଓଡ଼ିଶାକୁ ୩୦୪୫୩.୨୫କୋଟି ଟଙ୍କା ମିଳିଛି, ଯାହା ପ୍ରାୟ ୨୭୩୨.୪୨ କୋଟି ଟଙ୍କା କମ୍ ବୋଲି ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

12 − one =