ମଧ୍ୟାହ୍ନ ସୁଦ୍ଧା ଭୋଟ ଗଣତିର ଚିତ୍ର

ଭୁବନେଶ୍ବର()  ଦିନ ୧୨ଟା ସୁଦ୍ଧା ଅବଗତ ହୋଇଥିବା ଟ୍ରେଣ୍ଡ ଅନୁସାରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଅଧିକାଂଶ ସ୍ଥାନରେ ପ୍ରତିଦ୍ୱନ୍ଦିତା ଜାରି ରହିଥିବା ଦେଖିବାକୁ ମିଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି।

ସୂଚନା ମୁତାବକ ବିଜେଡି ୮୯ଟି ବିଧାନସଭା ଆସନରେ ଆଗୁଆ ଥିବା ବେଳେ ବିଜେପି ୨୪ଟିରେ ଆଗୁଆ ରହିଛି ଏବଂ ୧୨ଟି ଆସନରେ କଂଗ୍ରେସ ଆଗୁଆ ଓ ୨ଟି ବିଧାନସଭା ଆସନରେ ଆଗରେ ରହିଛି ଅନ୍ୟାନ୍ୟ ।

ଅନ୍ୟପଟେ ଲୋକସଭାରେ ବିଜେଡି ୧୧ ସ୍ଥାନରେ ଆଗୁଆ ଥିବା ବେଳେ ବିଜେପି ୯ଟି ସ୍ଥାନରେ ଆଗୁଆ ରହିଛି ଓ କଂଗ୍ରେସ ଗୋଟିଏ ସ୍ଥାନରେ ଆଗୁଆ ରହିଛି।

Share

Leave a Reply

Your email address will not be published. Required fields are marked *

four × 1 =