ପାନ କାର୍ଡ ନଥିଲେ ଆଧାର କାର୍ଡ ଚଳିବ

ନୂଆଦିଲ୍ଲୀ()  ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ୧୨୦ ରୁ ଅଧିକ ଲୋକଙ୍କ ପାଖରେ ଆଧାର କାର୍ଡ ଅଛି । ଯାହା ପାଖରେ ପାନ କାର୍ଡ ନାହିଁ, ସେ ଆଧାର କାର୍ଡ ଜରିଆରେ ଆୟକର ଟ୍ୟାକ୍ସ ରିଟର୍ଣ୍ଣ ଭରି ପାରିବେ । ଅର୍ଥାତ ଆଧାର ବଦଳରେ ପାନ୍ ଓ ପାନ୍ ବଦଳରେ ଆଧାର ଚଳିବ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି। ଏହାସହିତ ଅର୍ଥମନ୍ତ୍ରୀ ଆଜି ବଜେଟ୍ ଉପସ୍ଥାପନ ବେଳେ ଟିକସ ପ୍ରଦାନ କରୁଥିବା ଲୋକଙ୍କୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, ୨୦୧୩-୧୪ରେ ପ୍ରତ୍ୟକ୍ଷ ଟିକସର ପରିମାଣ ୬.୩୮ ଲକ୍ଷ କୋଟି ଥିଲା। କିନ୍ତୁ ୨୦୧୮-୧୯ରେ ଏହା ୧୧.୩୭ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ଟିକସ ପ୍ରଦାନରେ ସ୍ୱଚ୍ଛତା ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ୨୫୦ କୋଟି ଟଙ୍କା ଆୟ କରୁଥିବା କମ୍ପାନୀକୁ ୨୫% କର୍ପୋରେଟ୍ ଟିକସ ଦେବାକୁ ପଡୁଥିଲା। କିନ୍ତୁ ଏବେ ଏହାକୁ ୪୦୦ କୋଟିକୁ ବଢ଼ାଇ ଦିଆଯାଇଛି। ଏଥିରେ ୯୯.୩% କମ୍ପାନୀ ସାମିଲ ହୋଇପାରିବେ।ପୂର୍ବପରି ୫ ଲକ୍ଷ ଆୟ ପର୍ୟ୍ୟନ୍ତ କୌଣସି ଟିକସ ବ୍ୟବସ୍ଥା ରହିବ ନାହିଁ। ପାନ୍ କାର୍ଡ ନଥିଲେ, ଆଧାର କାର୍ଡ ଜରିଆରେ ଆୟକର ରିଟର୍ଣ୍ଣ ଦାଖଲ ହୋଇପାରିବ। ସେହିପରି ଆଧାର କାର୍ଡ ନଥିଲେ ପାନ୍ କାର୍ଡ ଜରିଆରେ ରିଟର୍ଣ୍ଣ ଫାଇଲ କରିହେବ।

Share

Leave a Reply

Your email address will not be published. Required fields are marked *

eighteen + 4 =