ନଭେମ୍ବର ୨୫ରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ସ୍କିଲ୍ ମେଳା

ଭୁବନେଶ୍ୱର () ୨୨ ନଭେମ୍ବର ୨୦୧୯ କୌଶଳ ବିକାଶ ସମସ୍ତଙ୍କ ପାଇଁ ଏକ ଜଣାଶୁଣା ଶଦ୍ଧ ହୋଇଥିବା ବେଳେ ସଠିକ୍ ବ୍ୟକ୍ତି ପାଇଁ ଉପଯୁକ୍ତ କୌଶଳ ଆଜିର ଅନୁଚିନ୍ତା । ଏହି ପରିପ୍ରେକ୍ଷୀରେ ସୋସିଆଲ ସ୍ମାର୍ଟ ପ୍ରକଳ୍ପ ମାଧ୍ୟମରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଆସନ୍ତା ୨୫ ନଭେମ୍ବରରେ ସ୍ଥାନୀୟ ଶହୀଦ ନଗର କଲ୍ୟାଣ ମଣ୍ଡପ ଠାରେ ଆୟୋଜନ କରୁଛନ୍ତି, ସ୍କିଲ୍ ମେଳା ବା କୌଶଳ ବିକାଶ ସେବା, ଆଭିମୁଖ୍ୟ ହେଉଛି କୌଶଳୀ ଖୋଜୁ ଥିବା ଅନୁÂାନ ଏବଂ କୌଶଳ ହାସଲରେ ଇଛୁକ ଯୁବପିଢୀଙ୍କୁ ଗୋଟିଏ ପ୍ଲାଟ୍ ଫର୍ମରେ ଏକଜୁଟ କରିବା ।

ଆଜି ସୁଦ୍ଧା ସହରର ୧୨ ଗୋଟି ଅନୁÂାନ ଏହି ଶିବିରରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଥିବା ବେଳେ ଆହୁରି ଅନେକ ଯୋଗ ଦେବାର ଆଶା କରାଯାଏ । ତେବେ ଏଥିରେ ଅଂଶ ଗ୍ରହଣ କରୁଥିବା ଅନୁÂାନ ଗୁଡିକ ହେଲେ ସ୍କିଲ୍ ଡେଭପଲମେଂଟ ଇନ୍ଷ୍ଟିଚ୍ୟୂଟ, କାମ୍ପାଭାଇ ଭୋକେସ୍୍ସନାଲ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍, ଉପାସନା ଏଜ୍ୟୁକେଶନାଲ ଟ୍ରଷ୍ଟ, ଗଭର୍ଣ୍ଣମେଂଟ ଆଇ.ଟି.ଆଇ, ଭୁବନନେଶ୍ୱର, ଅର୍ବାନ ମାଇକ୍ରୋ ବିଜିନେସ୍ ସେଂଟର, ଆଇ ସି ଆଇ ସି ଆଇ ଏକାଡେମୀ ଅଫ୍ ସ୍କିଲସ, ସେଂଟ୍ରାଲଟୁଲ୍ ରୁମ୍ ଟ୍ରେନିଂ ସେଂଟର, ସିଭିରମଣ ଇନ୍ଷ୍ଟଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୋକେସନାଲ ରିହାବିଲିଟେସନ ସେଂଟର, ଟେକ୍ ମହିନ୍ଦ୍ରା ଫାଉଂଡେସନ୍, ଏଡୁବ୍ରିଜ୍ ଲର୍ଣ୍ଣିଂ ପ୍ରାଇଭେଟ ଲିମିଟେଡ ଏବଂ ଟ୍ରାଇଡେଂଟ ଏକାଡେମୀ ଅଫ୍ ଟେକ୍ନୋଲୋଜି ।

ତେବେ ଏହି ସ୍ମିଲ ମେଳାରେ ସହରର ୨୦୦ ଯୁବକ ଯୁବତୀ ଯୋଗ ଦେବାର ଆଶା କରାଯାଉଛି, ଯେଉଁ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ୮ମ ଶ୍ରେଣୀ ଏବଂ ଏହା ଠାରୁ ଅଧିକ ଥିବ, ଏମାନେ ମୁଖ୍ୟତଃ ବସ୍ତି ଏବଂ ଅଣବସ୍ତି ଅଂଚଳରୁ ଆସିବେ । ଭାଗନେଇଥିବା ଯୁବବର୍ଗ କୌଣସି ପ୍ରକାର ସ୍କିଲ ଶିକ୍ଷା ଶେଷ କରି ଅନ୍ୟ ଏକ ସ୍କିଲ ପାଇଁ ନାମ ଲେଖାଇ ପାରିବେ ଏବଂ ଏହି ପ୍ରକାର ସୁବିଧା ଏଠାରେ ଉପଲବ୍ଧ ବୋଲି କହିଛନ୍ତି ; ସ୍ମାର୍ଟ ସିଟି ଲିମିଟେଡର ଜନୈକ ଅଧିକାରୀ ।

ଏକ ଗୁରିତ୍ୱପୂର୍ଣ୍ଣ ସୂଚନା ହେଉଛି, ଏହି ସ୍କିଲ ମେଳାରେ ତୃତୀୟ ଲିଙ୍ଗ ଏବଂ ଭିନ୍ନକ୍ଷମଙ୍କୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି । ଏହି ମେଳାରେ ଅଂଶ ର୍ଗହଣ କରିବାକୁ ଯାଇଥିବା କାର୍ଯ୍ୟ ଭାର ଭୋକେଶନାଲ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍, ଭୋକେଶନାଲ ରିହାବିଲିଟେସନ ସେଂଟର ସ୍ୱତନ୍ତ୍ର ଦିବ୍ୟାଙ୍ଗଙ୍କ ନିମନ୍ତେ କାର୍ଯ୍ୟ କରିଥାନ୍ତି । ଏହା ସାଙ୍ଗକୁ ଅନ୍ୟାନ୍ୟ ଯୋଗା ଦେଉଥିବା ସଂଙ୍ଗଠନ ମଧ୍ୟ ତୃତୀୟ ଲିଙ୍ଗ ଏବଂ ଦିବ୍ୟାଙ୍ଗ ପାଇଁ କାର୍ଯ୍ୟ କରିଥାନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରକୁ ସୋସିଆଲି ସ୍ମାର୍ଟ କରିବା ଦିଗରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍, ଭୁବନେଶ୍ୱର ମହାନଗର ନିଗମ ଏବଂ ୟୁ ଏନ୍ ଏଫ୍ ପି ଏ ର ମିଳିତ ସହଯୋଗରେ ଜାନୁଆରୀ-୨୦୧୭ରୁ ୮ଟି ବସ୍ତିକୁ ନେଇ ଭୁବନେଶ୍ୱର ଟାଉନ୍ ସେଂଟର ଡିଷ୍ଟିକ୍ ପ୍ରକଳ୍ପ ବର୍ତମାନ ୧୦୦ ବସ୍ତିକୁ ନିଜସ୍ୱ ପରିଧିକୁ ଆଣିଲାଣି । ଅଗ୍ରଣୀ ଏନଜିଓ ହମାରା ବଚବନ ଟ୍ରଷ୍ଟକୁ ନେଇ କରାଯାଉଥିବା ଗୋÂୀଗତ କାର୍ଯ୍ୟକ୍ରମ ଏହି ପ୍ରକଳ୍ପରେ ·ଲୁ ରହିଛି । ତେବେ ବିଏସସିଏଲ, ବିଏମସି ଏବଂ ହମାରା ବଚ୍ପନ୍ ଟ୍ରଷ୍ଟ୍ ବ୍ୟତୀତ ଆଉ ଅନେକ ଏନଜିଓ ମଧ୍ୟ ଏହି ସ୍କିଲ୍ ମେଳାରେ ସମିଲ ହୋଇ ଏହାର ବାର୍ତା ପ୍ର·ର କରୁଛନ୍ତି । ତଥା ଅନ୍ୟାନ୍ୟ ସଙ୍ଗଠନ, ପ୍ରଗତୀସାଥି, ସ୍କୁଲ କଲେଜର ଛାତ୍ର/ଛାତ୍ରୀ ମଧ୍ୟ ଏଥିରେ ସାମିଲ ହେଉଛନ୍ତି ।

ସୁନିତା ନାୟକ, ଶାନ୍ତିପଲ୍ୀର ପିୟର ଲିଡର କହନ୍ତି, ଯଦି ଜଣେ ଯୁବ ସାଥି ଗୁଗଲ ମାଧ୍ୟରେ ଭୁବନେଶ୍ୱରରେ ସ୍କିଲ ଡେଭଲପମେଂଟ ଅନୁÂାନ ବାବଦରେ ଜାଣିବାକୁ ·ହାଁନ୍ତି, ତେବେ ସମସ୍ତ ଅନୁÂାନ ଏହା ସହିତ ଲିଙ୍କ ହୋଇ ଆସିନଥାଏ । କିନ୍ତୁ କରାଯାଇଥିବା ସ୍କିଲ ଡେଭେଲପମେଂଟ ମେଳାରେ ପ୍ରତ୍ୟେକ ଯୁବବର୍ଗ ଏଥିରେ ନିଜର ପସନ୍ଦ ମୁତାବକ ସୂଚନା ପାଇପାରିବେ ।

କେଦାରପଲ୍ଲୀର ସୁଜାତା ନାଏକ କହନ୍ତି, ଦିବ୍ୟାଙ୍ଗ ନିମନ୍ତେ ରହିଥିବା ସ୍କିଲ ଡେଭଲପମେଂଟ ସୁଯୋଗ ଏହି ମେଳାରୁ ଜାଣି ହେବ । ବିଏସସିଏଲର ଜେନେରାଲ ମ୍ୟାନେଜର ସୋସିଆଲ ପ୍ରୋଜ୍କ୍ଟ ଦିପ୍ତିରାଣି ସାହୁ କହିଛନ୍ତି ଯେ, ଦୁଇବର୍ଷ ମଧ୍ୟରେ ସୋସିଆଲି ସ୍ମାର୍ଟ ପ୍ରୋଜେକ୍ଟ ୩୩୪ ଝିଅଙ୍କୁ ଆତ୍ମସୁରକ୍ଷା କୋ÷ଶଳ ଏବଂ ପ୍ରାୟ ୨୮୦ ଯୁବକ ଯୁବତୀଙ୍କୁ ସ୍କିଲ ଲିଙ୍କେଜ୍ ସୁଯୋଗ ଦେଇଛି । ସ୍କିଲ୍ ମେଳାଦ୍ୱାରା ଯୁବବର୍ଗଙ୍କୁ ନିଯୁକ୍ତି ପାଇଁ ବାଟ ଫିଟିବାର ଆଶା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

6 − three =