ଜାତୀୟ ସ୍ତରରେ ଓଡିଶାକୁ ସ୍ୱଚ୍ଛ ରାଜ୍ୟ ଭାବେ ପୁରସ୍କୃତ

ନୂଆଦିଲ୍ଲୀ() ସ୍ୱଚ୍ଛତା ଲାଗି ଓଡିଶାକୁ ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ ସର୍ବାଧିକ ସ୍ୱଚ୍ଛ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ନୂଆଦିଲ୍ଲୀ ଠାରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ନୂଆଦିଲ୍ଲୀର ଆଇଟସି ମୌର୍ୟ୍ୟ ହୋଟେଲରେ ଆୟୋଜିତ ‘ଷ୍ଟେଟ ଅଫ୍ ଦି ଷ୍ଟେଟସ୍’ କନକ୍ଲେଭ ୨୦୧୯ ରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ପୁରସ୍କାାର ପ୍ରଦାନ କରିଛନ୍ତି । ପୁରସ୍କାର ଗ୍ରହଣ ଅବସରରେ ମବୀ ଜେନା କହିଛନ୍ତି ଯେ ମୁଖ୍ୟମବୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ଦ୍ରୁତ ଗତିରେ ଉନ୍ନତି ପଥେ ଅଗ୍ରସର ହୋଇ ଚାଲିଛି । ବିଭିନ୍ନ କ୍ଷେତ୍ରରେ ଓଡିଶାର ଏହି ସଫଳତାକୁ ଜାତୀୟ ଆର୍ନ୍ତଜାତୀୟ ସ୍ତରରେ ଅନୁକରଣ କରାଯାଉଛି ।

ଆଜିର ଏହି ପୁରସ୍କାର ରାଜ୍ୟ ସଫଳତାରେ ଆଉ ଏକ ଫର୍ଦ୍ଧ ଯୋଡି ଦେଇଛି । ଆଗାମୀ ଦିନରେ ସ୍ୱଚ୍ଛ ଓ ସବୁଜ ସୁନ୍ଦର ଓଡିଶା ଗଠନ ଦିଗରେ ଏହା ପ୍ରେରଣା ଯୋଗାଇବ ।

Share

Leave a Reply

Your email address will not be published. Required fields are marked *

3 × five =