ଆର୍ଥିକ ମାନ୍ଦାବସ୍ଥା ସ୍ୱୀକାର କଲେ କେନ୍ଦ୍ରମନ୍ତ୍ରୀ ମନସୁଖ

ଭୁବନେଶ୍ବର()  ଭାରତର ଆର୍ଥିକ ମାନ୍ଦାବସ୍ଥା ସ୍ୱୀକାର କଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟା । ସମଗ୍ର ବିଶ୍ୱରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । କିନ୍ତୁ ଭାରତରେ ଏହାର ପ୍ରଭାବ ସବୁଠାରୁ କମ୍ ପଡିଛି ।

ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ଗଭୀର ଭାବେ ପ୍ରଭାବିତ ହୋଇଛି ଅଟୋମୋବାଇଲ୍ ଶିଳ୍ପ । ଅଗଷ୍ଟ ମାସରେ କମୁଛି ଗାଡି ବିକ୍ରି । କେବଳ କାର, ବସ୍ ବା ଅନ୍ୟାନ୍ୟ ଗାଡି ବିକ୍ରି ହ୍ରାସ ପାଇ ନାହିଁ ଏହି ସମୟରେ ବାଇକ୍ ବିକ୍ରି ମଧ୍ୟ ହ୍ରାସ ପାଇଛି ।

ସେପଟେ  ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ । ଦ୍ୱିତୀୟ ପାଳିରେ ଓଡ଼ିଶାବାସୀ ଅଧିକ ଉପକୃତ ହୋଇଛି । ଓଡ଼ିଶାକୁ ପର୍ୟ୍ୟାପ୍ତ ପ୍ୟାକେଜ୍ ଦିଆଯାଇଛି । ଫନି ସହାୟତା, ରେଳ ବଜେଟ ମାଧ୍ୟମରେ ସିଧାସଳଖ ୧୬,୬୦୫.୨ କୋଟି ଟଙ୍କା ସହାୟତା ପାଇଛି ଓଡ଼ିଶା । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଓଡିଶାର ଦୁଇ ମନ୍ତ୍ରୀଙ୍କୁ ପ୍ରଥମ ପାଳିତ ଅପେକ୍ଷା ଅତିରିକ୍ତ ଦୁଇଟି ବିଭାଗର ଦାୟିତ୍ୱ ଦିଆଯାଇଛି । ଓଡ଼ିଶାର ବିକାଶ ଦିଗରେ ଏହା ନିଶ୍ଚିତ ସହାୟକ ହେବ । ଅନ୍ୟପଟେ ଓଡିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଜ୍ୟପାଳ ପଦରେ ଅଧିଷ୍ଠିତ କରାଯାଇଛି । ପ୍ରାକୃତିକ ବିପର୍ୟ୍ୟୟ ଫନି ପୂର୍ବରୁ ଏବଂ ପରେ ରେକର୍ଡ ୪୬୭୮.୨୨କୋଟି ଟଙ୍କାର ପ୍ୟାକେଜ୍ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

one + 5 =