ଋଣ ଉପରୁ ସୁଧ ହାର କମାଇଲା ଏସବିଆଇ

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ଓ ବଡ ଘୋଷଣା । ଜମା ଓ ଋଣ ଉପରୁ ସୁଧ ହାର କମାଇବାକୁ ନିଷ୍ପତ୍ତି ନେଇଛି ଏସବିଆଇ । ବାର୍ଷିକ ମାର୍ଜିନାଲ ଲେଣ୍ଡିଙ୍ଗ ରେଟ୍ ବା ଏମସିଏଲଆର ୮ଦଶମିକ୍ ଦୁଇ ପାଂଚ ପ୍ରତିଶତରୁ କମାଇ ୮ଦଶମିକ ଏକ ପାଂଚ ପ୍ରତିଶତ ହେବ । ସୁଧ ହାର ହ୍ରାସ ପାଇବା ଦ୍ୱାରା ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କ ଇଏମଆଇ କମିବ । ଏହା ଚଳିତ ଆର୍ଥିକ ବର୍ଷଠାରୁ ଲାଗୁ ହେବ ।

ଅନ୍ୟପଟେ ଫିକ୍ସ ଡିପୋଜିଟ୍ ଉପରେ ମଧ୍ୟ ସୁଧ ହାର ହ୍ର୍ରାସ କରିବାକୁ ନିଷ୍ପତି ନେଇଛନ୍ତି କର୍ତ୍ତୃପକ୍ଷ । ଯାହା ଫଳରେ ବ୍ୟାଙ୍କରେ ସ୍ଥାୟୀ ଜମା ରଖିଥିବା ଗ୍ରାହକମାନଙ୍କୁ କିଛି ପରିମାଣରେ କ୍ଷତି ସହିବାକୁ ପଡିବ । ଅଧିକ ଲିକ୍ୟୁଡିଟି ଟଙ୍କା ଓ ସୁଧ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଥିବା ପ୍ରେସ୍ ବିବୃତିରେ ଦର୍ଶାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × 1 =