୫ଟି ସଚିବଙ୍କ ଅଚାନକ ଗସ୍ତରେ କୋକୂଆ ଭୟ ସୃଷ୍ଟି

ଝାରସୁଗୁଡା () ୫-ଟି ସଚିବ ଭି କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅଚାନକ ଭାବେ ଝାରସୁଗୁଡା ଗସ୍ତରେ ଯାଇଁ ମୁଖ୍ୟ ଡାକ୍ତରଖାନାରେ ଯାଇଁ ପହଂଚିଛନ୍ତି । ପାଣ୍ଡିଆନ ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲି ରୋଗୀ ମାନଙ୍କ ସହିତ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ବିଭିନ୍ନ ଲୋକଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ସେ ଡାକ୍ତରଖାନାର ପରିଷ୍କାର ପରିଚ୍ଛନ୍ନତା ବୁଲି ଦେଖିଥିଲେ । ଏହି ଟିମରେ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ପୁନମ ତାପସ ଗୁହା ମଧ୍ୟ ଝାରସୁଗୁଡା ଗସ୍ତ କରିଥିଲେ ।

ଝାରସୁଗୁଡାକୁ ୫ଟି ସଚିବଙ୍କ ଟିମ ଅଚାନକ ଭାବେ ଗସ୍ତ କରି ଡାକ୍ତରଖାନାରେ ପହଂଚିବା ଦେଖି କେବଳ ଡାକ୍ତରଖାନାରେ କୋକୂଆ ଭୟ ସୃଷ୍ଟି ହୋଇନଥିଲା ସମଗ୍ର ଜିଲ୍ଲାରେ ମଧ୍ୟ ସରକାରୀ ଅଫିସର ମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତେବେ ସାଧାରଣ ଲୋକେ ଏହି ଗସ୍ତରେ ବେଶ ଆନନ୍ଦ ଓ ସନ୍ତୋଷ ପ୍ରକାଶ କରିଥିଲେ ।

Share

Leave a Reply

Your email address will not be published. Required fields are marked *

twenty − 10 =