ମୁଖ୍ୟମନ୍ତ୍ରୀଙ୍କ ଆବେଗପୁର୍ଣ୍ଣ ଅପିଲ : ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜନୀତି କରାନଯାଉ

ଭୁବନେଶ୍ୱର () ଭୁଲିଯାଅନ୍ତୁ ମୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ସଭାପତି। ଜଣେ ବରିଷ୍ଠ ମନ୍ତ୍ରୀ ଭାବେ କହୁଛି, ବିଧାନସଭାରେ ଉଚ୍ଚ ସ୍ତରୀୟ ଆଲୋଚନା ହେଉ। ଦୁଷ୍କର୍ମ, ହତ୍ୟାକୁ ନେଇ ରାଜନୀତି କରା ନଯାଉ। ମହିଳାଙ୍କ ବିରୋଧରେ ଅପରାଧକୁ ଗୁରୁତ୍ୱ ଦିଆଯାଉଛି। ମହିଳା ଶିଶୁଙ୍କ ମାମଲାକୁ ଗୁରୁତ୍ୱ ଦିଆଯାଇଛି। ମୋ ସରକାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ମୁଁ ନିଜେ 300 କଲ କରିଛି। ସବୁ ପୋଲିସକୁ ଅପିଲ, ନିଜ କର୍ତ୍ତବ୍ୟ ସଠିକ ଭାବରେ ତୁଳାନ୍ତୁ।

ମହିଳାମାନଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ରାଜନୀତି କରା ନଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୁଁ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ କି ବିଜୁ ଜନତା ଦଳର ସଭାପତି ବୋଲି ଭୁଲି ଯାଆନ୍ତୁ । ଗୃହ ଜଣେ ବରିଷ୍ଠ ସଦସ୍ୟ ଭାବେ ଏହି ପରାମର୍ଶ ଦେଉଛି । ଦୁଷ୍କର୍ମ ଓ ହତ୍ୟା ଘଟଣାର ରାଜନୀତି କରଣ କରାନଯାଉ । ଏଥିରେ କାହାର ବି ଲାଭ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି ।

ଆମେ ଏକ ସୁସ୍ଥ ଗଣତନ୍ତ୍ରରେ ବାସ କରୁଛୁ । ଓଡିଶାର ସାଢେ ଚାରିକୋଟି ଜନତାଙ୍କର ପ୍ରତିନିଧିତ୍ୱ କରୁଛୁ । ବିଧାନସଭା ଭିତରେ ଓ ବାହାରେ ରାଜନୀତିର ଏକ ଉଚ୍ଚ ମାନ ନିର୍ଦ୍ଧାରଣ କରିବା ଉଚିତ୍ ବୋଲି ସେ ସୂଚନା ଦେଇଛନ୍ତି । ଦୁଷ୍କର୍ମ , ହତ୍ୟା ଓ ମହିଳାଙ୍କର ମୃତ୍ୟୁ ଅତି ଦୁଃଖଦ ଘଟଣା । ଏହି ଘଟଣାର ରାଜନୀତି କରଣ କରିବା ଅତି ଦୁଃଖଦ । ଏହା ଲୋକଙ୍କୁ ଏକ ଖରାପ ସନ୍ଦେଶ ଦେବ । ଯଦି ତଦନ୍ତରେ ଆପଣ ଅସନ୍ତୁଷ୍ଟତାହାଲେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିପାରିବେ ।

ଆପଣଙ୍କୁ ଏହି ବିଶ୍ୱାସ ଦେବାକୁ ଚାହେଁ ଯେ ମହିଳା, ଶିଶୁଙ୍କ ସହ ହେଉଥିବା ଅପରଦା କିମ୍ବା ଯେ କୌଣସି ଘଟଣାରେ ତଦନ୍ତ କ୍ଷେତ୍ରରେ ଦାୟିତ୍ୱହୀନତାକୁ ବରଦାସ୍ତ କରାଯିବ ନାହିଁ । ମୋଟାମୋଟି ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣଧୀନ ରହିଛି।

ଗୃହ ବିଭାଗର ମୋଟ 255 କୋଟି 90 ଲକ୍ଷ 87 ହଜାର ଟଙ୍କାର ଅତିରିକ୍ତ ବ୍ୟୟ ବରାଦ କରାଯାଇଛି। ସେଥିମଧ୍ୟରୁ ପ୍ରଶାସନିକ ବ୍ୟୟ ବାବଦକୁ 57 କୋଟି 47 ଲକ୍ଷ 32 ହଜାର ଟଙ୍କା ରହିଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ 198 କୋଟି 44 ଲକ୍ଷ55 ହଜାର ଟଙ୍କା ରହିଛି। ସେହିଭଳି ସାଧାରଣ ପ୍ରଶାସନ ବିଭାଗର ପକ୍ଷରୁ ସମୁଦାୟ 14 କୋଟି 32 ଲକ୍ଷ 44 ହଜାର ଟଙ୍କାର ଅତିରିକ୍ତ ବ୍ୟୟ ବରାଦ କରାଯାଇଛି। କାର୍ଯ୍ୟକ୍ରମ ବ୍ୟୟ ବାବଦକୁ 11 କୋଟି 11 ଲକ୍ଷ 19 ହଜାର ଟଙ୍କା ରହିଥିବା ବେଳେ ପ୍ରଶାସନିକ ବ୍ୟୟ ବାବଦକୁ 3 କୋଟି 21 ଲକ୍ଷ 25 ହଜାର ଟଙ୍କା ରହିଛି। ଏଥିସହ ବାକି 38ଟି ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବିକୁ ଗିଲଟିଂ ଜରିଆରେ ପାରିତ କରାଯାଇଛି। ଆସନ୍ତା ସୋମବାର ଯାଏ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି। ସୋମବାର ଅତିରକ୍ତ ବଜେଟ ଉପରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବାର କାର୍ଯ୍ୟକ୍ରମ ରହିଛି।

Share

Leave a Reply

Your email address will not be published. Required fields are marked *

twenty + 4 =