ଯୁଦ୍ଧ ହେଲେ ଭାରତ ଉପରେ କଣ ପ୍ରଭାବ ପଡିବ

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢି ଚାଲିଥିବାରୁ ଏହାର ପ୍ରଭାବ ନେଇ ବିଶ୍ବବ୍ୟାପୀ ଚିନ୍ତା ବଢିଛି । ତେବେ ଯଦି ଯୁଦ୍ଧ ହୁଏ, ଭାରତୀୟ ବଜାରରେ ଏହାର କି ପ୍ରଭାବ ପଡିବ, ସେ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ବିଶେଷକରି ତୈଳ କ୍ଷେତ୍ରକୁ ଏହା ପ୍ରଭାବିତ କରିବାର ସମ୍ଭାବନା ରହିଛି । ମୁଖ୍ୟତଃ ପେଟ୍ରେଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ନେଇ ଆଶଙ୍କା କରାଯାଉଛି । ଗତ ନଭେମ୍ବର ମାସରୁ ଦେଶରେ ତୈଳଦର ସ୍ଥିର ରହିଥିବା ବେଳେ ୟୁକ୍ରେନ ଉପରେ ଋଷ ଆକ୍ରମଣ କଲେ ତୈଳ ଦରବୃଦ୍ଧି ନେଇ ସମ୍ଭାବନା ପ୍ରକାଶ ପାଇଛି । ଯଦି ସରକାର ଟିକସ ହ୍ରାସ ନ କରନ୍ତି, ତେବେ ତୈଳଦର ଲିଟର ପିଚ୍ଛା 8 ରୁ 10 ଟଙ୍କା ବୃଦ୍ଧି ହୋଇପାରେ । ବିଶେଷଜ୍ଞଙ୍କ କହିବା କଥା, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ଯଦି ଏକ ଡଲାର ବୃଦ୍ଧି ପାଉଛି, ତେବେ ଆମ ଦେଶରେ ଲିଟର ପିଚ୍ଛା 70 ରୁ 80 ପଇସା ବୃଦ୍ଧି ପାଇବ । ଋଷ ଦେଇ ଦେଶକୁ ତୈଳ ଆସିବା ସମ୍ଭାବନା କମିଯିବ । ସିଏନଜି ଓ ପିଏନଜି ମଧ୍ୟ ବୃଦ୍ଧି ପାଇବ । ଦୁଇ ଦେଶ ବିଶ୍ବ ବଜାରକୁ ଅଧିକ ପରିମାଣର ଗହମ ରପ୍ତାନୀ କରୁଥିବାରୁ ଗହମ ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ମୁଖ୍ୟତଃ ପାଶ୍ଚାତ୍ୟ ରାଷ୍ଟ୍ରରୁ ଆମଦାନୀ ହେଉଥିବା ଦ୍ରବ୍ୟର ମୂଲ୍ୟବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

seven + 7 =