କାଲିଠାରୁ ପ୍ରବଳ ବର୍ଷା

ଭୁବନେଶ୍ବର()  ପୁଣି ଫେରୁଛି ମୌସୁମୀ ।ଜୁଲାଇ ୬ରେ ପୁଣି ମୌସୁମୀ ବର୍ଷା ହେବ । ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଦୁଇ ଦିନ ଧରି ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ। ଏହାପରେ ପାଗରେ ପରିବର୍ତନ ଆସିପାରେ । ତେବେ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏଥର ୧୧ ଦିନ ବିଳମ୍ବରେ ଓଡ଼ିଶା ଛୁଇଁଥିଲା। ସାଧାରଣତଃ ଜୁନ୍ ୧୦ ତାରିଖରେ ମୌସୁମୀ ଓଡ଼ିଶାରେ ପହଞ୍ଚୁଥିବା ବେଳେ ଚଳିତବର୍ଷ ଜୁନ୍ ୨୧ ରେ ଓଡ଼ିଶା ଛୁଇଁଥିଲା।

Share

Leave a Reply

Your email address will not be published. Required fields are marked *

2 × three =