ସୁନା ଓ ଅନ୍ୟାନ୍ୟ ଧାତୁ ଉପରେ ୧୦%ରୁ ୧୨.୫% ଉତ୍ପାଦ ଶୁଳ୍କ ବୃଦ୍ଧି

ନୂଆଦିଲ୍ଲୀ()   ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୋଦିଙ୍କ ଦ୍ୱିତୀୟ ସରକାରର ପ୍ରଥମ ବଜେଟ୍। ବଜେଟ୍ ବେଳେ ସାଧାରଣତଃ ଦେଖିବାକୁ ମିଳେ ଯେ, ଅର୍ଥମନ୍ତ୍ରୀ ଏକ ବ୍ରିଫ୍କେଶ୍ ଧରି ସଂସଦକୁ ଆସନ୍ତି। ଆଉ ଏଥିରେ ବଜେଟ୍ ଡକ୍ୟୁମେଣ୍ଟ୍ ବା ଦସ୍ତାବିଜ୍ ଥାଏ। ତେବେ ନୂଆ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପରମ୍ପରାକୁ ଭାଙ୍ଗିଛନ୍ତି। ବ୍ରିଫ୍କେଶ୍ ବଦଳରେ ସେ ଆଜି ଏକ ଲାଲ୍ କପଡ଼ାରେ ସମସ୍ତ ଦସ୍ତାବିଜ୍ ଧରି ସଂସଦକୁ ଆସିଥିଲେ। ବ୍ରିଫକେସ୍ ବଦଳରେ ନାଲି କପଡା ବ୍ୟାଗ୍ ରେ ବଜେଟ୍ । ବଜେଟ୍ ର ନାଁ ବଦଳି ଦେଶର ବହିଖାତା ହୋଇଛି । ଚଳିତ ଥରବଜେଟ୍ ଉପସ୍ଥାପନ ପରେ ଏକାଧିକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ସାମଗ୍ରୀ ମହଙ୍ଗା ହୋଇଛି।

୧: ବଡ଼ ଆୟକାରୀଙ୍କ ଉପରେ ୩% ଓ ୭% ସରଚାର୍ଜ ପ୍ରସ୍ତାବ। ଯେଉଁମାନଙ୍କ ଆୟ ୨ରୁ ୫ କୋଟି ଓ ୫ କୋଟିରୁ ଅଧିକ, ସେମାନେ ଦେଶର ବିକାଶ ପାଇଁ ଅଧିକ ଟିକସ୍ ଦେବାକୁ ଅର୍ଥମନ୍ତ୍ରୀ ସୀତାରମଣ ଆହ୍ୱାନ ଦେଇଛନ୍ତି। ୨ରୁ ୫ କୋଟି ଆୟ ଯାଏ ଟିକସ ସହ ୩% ସରଚାର୍ଜ ଓ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତି ଟିକସ ସହ ୭% ସରଚାର୍ଜ ଦେବେ।

୨: ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ୧୦%ରୁ ୧୨.୫% ଉତ୍ପାଦ ଶୁଳ୍କ ବୃଦ୍ଧି।

୩: ସମସ୍ତଙ୍କୁ ଶସ୍ତା ଦରରେ ଗୃହ ଯୋଗାଣ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ୪୫ ଲକ୍ଷ ଟଙ୍କାର ଗୃହ ଋଣ ଉପରେ ୩ ଲକ୍ଷ ଟଙ୍କା ଛାଡ଼ କରାଯିବାକୁ ନିଷ୍ପତ୍ତି।

୪: ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ୨୦୨୪ ସୁଦ୍ଧା ସମସ୍ତଙ୍କୁ ପିଇବା ପାଣି।

୫: ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ୧ ଟଙ୍କା ସେସ୍‌ ବୃଦ୍ଧି

୬: ବିଦ୍ୟୁତ/ ବ୍ୟାଟେରୀ ଚାଳିତ ଯାନ ଉପରେ ଲାଗୁ ହେଉଥିବା ୧୨% ଜିଏସ୍ଟିକୁ ୫%କୁ ହ୍ରାସ କରାଯାଇଛି।

୭: ଯେଉଁ କମ୍ପାନୀ ମାନଙ୍କର ବାର୍ଷିକ ଆୟ ୪୦୦ କୋଟି ଟଙ୍କା ସେମାନେ ୨୫% କର୍ପୋରେଟ୍ ଟିକସ ସ୍ଲାବରେ ସାମିଲ ହେବେ।

୮: ଗାନ୍ଧିବାଦର ପ୍ରଚାର ଓ ପ୍ରସାର ପାଇଁ ଗାନ୍ଧି-ପେଡିଆ ଆରମ୍ଭ ହେବ।

୯: ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ ମୁଦ୍ରା ନୂଆ ରୂପରେ ପ୍ରଚଳନ କରାଯିବ।

୧୦: ୬୦ ବର୍ଷ ହେବା ପରେ ଉଠା ଓ ଛୋଟ ଦୋକାନୀଙ୍କୁ ୩ ହଜାର ଟଙ୍କାର ମାସିକ ପେନସନ

Share

Leave a Reply

Your email address will not be published. Required fields are marked *

4 × four =