ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ମାଓବାଦୀଙ୍କ ଯୋଜନା

ପୁନେ (): ଭିମା କୋରେଗାଓଁ ହିଂସା ମାମଲାରେ କିଛି ଦିନ ପୂର୍ବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କଠାରୁ ଅନେକ କିଛି ଖୁଲାସା ହୋଇଛି । ପ୍ରଥମେ ଖୁଲାସା ହୋଇଥିଲା କି ନକ୍ସଲ ସଂଗଠନ ଦେଶରେ ଆଉ ଏକ ରାଜୀବ ଗାନ୍ଧି ହତ୍ୟାକାଣ୍ଡ ଭଳି ଘଟଣା ଘଟାଇବାକୁ ଯାଉଛି । ବର୍ତମାନ ଏପରି ଏକ ଚିଠି ସାମ୍ନାକୁ ଆସିଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଉଥିବା ଜଣାପଡିଛି ।

ଏପ୍ରିଲ ୧୮ ତାରିଖରେ ରାଣା ଜାକବଙ୍କ ଦ୍ୱାରା କମ୍ରେଡ୍ ପ୍ରକାଶକୁ ଲେଖାଯାଇଥିବା ଚିଠିରେ କୁହାଯାଇଛି କି, ହିନ୍ଦୁ ପ୍ରଥାକୁ ହରାଇବା ବର୍ତମାନ ଜରୁରୀ ହୋଇପଡିଛି । ମୋଦୀଙ୍କ ତତ୍ବାବଧାନରେ ହିନ୍ଦୁଧର୍ମ ପ୍ରଭାବ ବିସ୍ତାର କରିବାରେ ଲାଗିଛି ।  ଏହାକୁ ରୋକିବା ଦରକାର ବୋଲି ଚିଠିରେ ଉଲ୍ଲେଖ ହୋଇଛି ।

ଚିଠିରେ ଆହୁରି ମଧ୍ୟ ଲେଖାଯାଇଛି କି, ମୋଦୀଙ୍କ ନେତୃତ୍ବରେ ବିଜେପି ବିହାର ଏବଂ ପଶ୍ଚିମବଙ୍ଗକୁ ଛାଡି ବାକି ୧୫ଟି ରାଜ୍ୟରେ ସରକାରରେ ରହିଛି । ଯଦି ଏହି ଭଳି ଭାବେ ଦଳ ସରକାର ଗଠନ କରେ ତେବେ ମାଓ ସଂଗଠନ ପ୍ରତି ବିପଦ ବଢିବ । ଏଥି ପାଇଁ ସଂଗଠନ ଆଉ ଏକ ରାଜୀବ ଗାନ୍ଧି ହତ୍ୟାକାଣ୍ଡ ରଚିବାକୁ ଚାହୁଁଥିବା ଜଣାପଡିଛି ।

କୁହାଯାଇଛି କି, ଯଦି ଏପରି ହୁଏ ତେବେ ଆତ୍ମଘାତୀ ଆକ୍ରମଣ ହେବ ଏବଂ ଏଥି ପାଇଁ ତାଙ୍କ ପାଖରେ ସୁଯୋଗ ମଧ୍ୟ ରହିଛି । ମୋଦୀଙ୍କ ରୋଡ୍ ସୋକୁ ଟାର୍ଗେଟ୍ କରିବା ସହଜ ହେବ ବୋଲି ଚିଠିରେ ଦର୍ଶାଯାଇଛି । ସୂଚନାଯୋଗ୍ୟ, ରାଜୀବ ଗାନ୍ଧିଙ୍କୁ ଜଣେ ମାନବ ବୋମା ଦ୍ବାରା ହତ୍ୟା କରାଯାଇଥିଲା। ୧୯୯୧ ମସିହାର ମେ ୨୧ ତାରିଖରେ ତାମିଲନାଡୁର ଶ୍ରୀପେରୁମ୍ବେଦୁରରେ ତାଙ୍କୁ ଆତ୍ମଘାତୀ ଆକ୍ରମଣ ଦ୍ବାରା ହତ୍ୟା କରାଯାଇଥିଲା। ସେ ନିର୍ବାଚନ ରାଲିରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା।

ପୁନେ ପୋଲିସ୍ ଗୁରୁବାର ଦିନ ଏଠାକାର ଏକ କୋର୍ଟକୁ କହିଛି ଯେ ସେମାନେ ଏକ ଚିଠି ଜବତ କରାଯାଇଛି। ଏହି ଚିଠିଟି ସେହି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣଙ୍କ ଘରୁ ଜବତ କରାଯାଇଛି ଯେଉଁମାନଙ୍କୁ ଭୀମା-କୋରେଗାଁଓ ହିଂସାକାଣ୍ଡରେ ଗିରଫ କରାଯାଇଥିଲା।

ଏହି ଚିଠିରେ ଲେଖାଯାଇଛି, ମୋଦିଙ୍କ ନେତୃତ୍ବାଧୀନ ହିନ୍ଦୁବାଦୀ ସରକାର ଆଦିବାସୀଙ୍କ ଜୀବନରେ ହସ୍ତକ୍ଷେପ କରୁଛି। ବିହାର ଓ ପଶ୍ଚିମବଙ୍ଗ ବ୍ୟତୀ ମୋଦି ଦେଶର ୧୫ରୁ ଅଧିକ ରାଜ୍ୟରେ ବିଜେପିକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି। ଯଦି ଏହା ଜାରି ରହେ ତା’ହେଲେ ବହୁତ ଅସୁବିଧା ହେବ। ଏଥିରେ ଆହୁରି ଲେଖାଯାଇଛି,କମ୍ରେଡ କିସାନ ଓ ଅନ୍ୟ କିଛି ବରିଷ୍ଠ କମ୍ରେଡ ମୋଦି ରାଜ୍‌କୁ ଶେଷ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ତାଙ୍କୁ ରାଜୀବ ଗାନ୍ଧିଙ୍କ ଭଳି ମାରିବାକୁ ଆମେ ଚିନ୍ତା କରୁଛୁ। ଏହି ପ୍ରସ୍ତାବ ଶୁଣିବାକୁ ଆତ୍ମହତ୍ୟା କଲା ଭଳି ଲାଗୁଛି। ଆମେ ଏଥିରେ ବିଫଳ ବି ହୋଇପାରନ୍ତି। କିନ୍ତୁ ଆମେ ଭାବୁଛୁ ଏହାକୁ କାର୍ଯ୍ୟକାରୀ କରାଯାଇପାରେ। ରୋଡ୍‌ ଶୋ ବେଳେ ତାଙ୍କୁ ଟାର୍ଗେଟ୍ କଲେ ଆମେ ସଫଳ ହୋଇପାରିବା। ହିନ୍ଦୁ ରୁଢ଼ିବାଦୀଙ୍କୁ ଶେଷ କରିବା ମାଓବାଦୀଙ୍କ ଲକ୍ଷ୍ୟ ବୋଲି ଏହି ଚିଠିରେ ଲେଖାଅଛି। ପୋଲିସ୍  ଭୀମା-କୋରେଗାଁଓ ହିଂସାକାଣ୍ଡରେ ଯେଉଁ ପାଞ୍ଚ ଜଣଙ୍କୁ ଗିରଫ କରିଛି ସେମାନେ ହେଲେ ସୁରେନ୍ଦ୍ର ଗାଡ୍‌ଲିଂ, ସୁଧୀର ଧାୱାଲେ, ରୋନା ୱିଲସନ୍, ଶୋମା ସେନ୍ ଓ ମହେଶ ରାଉତ।

Share

Leave a Reply

Your email address will not be published. Required fields are marked *

two × two =