ଶରଧାବାଲିରେ ମହାପ୍ରଭୁ

ପୁରୀ()   ପୁରୀ ଶରଧାବାଲିରେ ମହାପ୍ରଭୁ ।ଆଜି ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିବେ । ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଚାରିଆଡ଼େ ଭକ୍ତିମୟ ପରିବେଶ । ରଥାରୁଢ ତିନି ଠାକୁରଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଦର୍ଶନ କରୁଛନ୍ତି ଭକ୍ତ । ଅପରାହ୍ନ ପର୍ୟ୍ୟନ୍ତ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ରହିବେ । ଅପରାହ୍ନ ପରେ ତିନି ଠାକୁର ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ଆଡପ ବିଜେ ପରେ ଦର୍ଶନ ବନ୍ଦ ରହିବ ।ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ। ସକାଳ ସାଢେ ୭ଟାରୁ ସାଢେ ଆଠଟା ମଧ୍ୟରେ ଭକ୍ତମାନେ ସାହାଣମେଲା ଦର୍ଶନ କରିପାରନ୍ତି।

Share

Leave a Reply

Your email address will not be published. Required fields are marked *

1 × four =