ଛାଡ ହେଲା ମାଟ୍ରିକ ପରୀକ୍ଷା ଫି

ଭୁବନେଶ୍ବର () ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍‌ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଏ ବାବଦରେ ରାଜ୍ୟ ସରକାର ୨୭ କୋଟି ଟଙ୍କା ବ୍ୟୟଭାର ବହନ କରିବେ।

ସୂଚନାଯୋଗ୍ୟ ଯେ ପ୍ରତି ପିଲାଙ୍କୁ ମାଟ୍ରିକ ପରୀକ୍ଷା ନିମନ୍ତେ ୪୨୦ ଟଙ୍କା ଲେଖାଏଁ ଫିସ୍‌ ଦେବାକୁ ପଡିଥାଏ  । କରୋନା ମହାମାରୀ ପରିପ୍ରେକ୍ଷୀରେ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦୀର୍ଘ ୯ ମାସ କାଳ ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି ଖୋଲାଯାଇଛି । ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ତଥା ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂର କରିବା ପାଇଁ କ୍ଲାସ କରାଯାଉଛି। କରୋନା ଯୋଗୁ ବହୁ ଲୋକଙ୍କର ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଫଳରେ ଅର୍ଥାଭାବରୁ କୌଣସି ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହେବେ ନାହିଁ।

ଆଜି ଦଶମ ବୋର୍ଡ଼ ପରୀକ୍ଷା ଫି ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଞ୍ଜନ ତ୍ରିପାଠୀ। ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନା ମହାମାରୀ ସମୟରେ ଲୋକଙ୍କ ଆର୍ଥିକ ସଙ୍କଟାପନ୍ନ ସ୍ଥିତି ରେ ଥିବାରୁ ଅଧିକାଂଶ ଛାତ୍ରଛାତ୍ରୀଙ୍କର ଅଭିଭାବକ ଏ ବର୍ଷ ନିଜ ପିଲାଙ୍କ ପାଇଁ ଦଶମ ବୋର୍ଡ ପରୀକ୍ଷା ଫିଜ ଦାଖଲ କରିବା ଅବସ୍ଥା ରେ ନାହାନ୍ତି ଏବଂ ଏଥି ଯୋଗୁ ସଂଖ୍ୟାଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବାରୁ ବଂଚିତ ହେବାର ଆଶଙ୍କା ରହିଛି।

ଏଣୁ ଏ ଦିଗରେ ବିଜୁ ଛାତ୍ର ଜନତା ଦଳ ସଭାପତି ଅନୁରୋଧ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ ଯେ ଦଶମ ବୋର୍ଡ ପରୀକ୍ଷାର୍ଥୀ ମାନଙ୍କୁ ଏ ଦୟନୀୟ ସ୍ଥିତିରୁ ଉଦ୍ଧାର କରିବା ପାଇଁ ପ୍ରତେକ ଛାତ୍ରଛତ୍ରୀଙ୍କ ଉପରେ ଧାର୍ଯ୍ୟ କରାଯାଉଥିବା ପରୀକ୍ଷା ଫିଜ ୪୨୦ ଟଙ୍କା ଛାଡ କରାଗଲେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ତଥା ଅଭାବୀ ଜନସାଧାରଣ ବହୁଳ ଭାବରେ ଉପକୃତ ହେବେ। ଏହି ଅନୁରୋଧ ପତ୍ରକୁ ମୁଖ୍ୟମନ୍ତ୍ରୀ ତତକ୍ଷଣାତ୍ ଧ୍ୟାନ ଦେଇ ରାଜ୍ୟସରକାର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି ମାଟ୍ରିକ ପରୀକ୍ଷା ଫିଜ ଛାଡ କରିବା ପାଇଁ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ଘୋଷଣାକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ବାଗତ କରାଯାଇଛି।
ଏହି ପରିପ୍ରେକ୍ଷୀରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅନୁରୋଧକୁ ରକ୍ଷା କରି ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବାରୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ୍ ଓ କୃତଜ୍ଞତା ଜଣାଉଛୁ।

Share

Leave a Reply

Your email address will not be published. Required fields are marked *

17 + 1 =