ଓଡିଶାରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିିଜିର ୨୬ ରୋଗୀ ଚିହ୍ନଟ

ରାଜ୍ୟରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିିଜିର ୨୬ ରୋଗୀ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଦିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ମେଡିକାଲକୁ ଆସିଥିବା ୩୬ ରୋଗୀଙ୍କ ଏଚଏଫଏମଡି ମାମଲାର ନମୂନା ଆରଏମଆରସିକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୬ ଜଣ ପଜିଟିଭ୍ ବାହାରିଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ , ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨ ଜଣ , ପୁରୀରୁ ୩ ଜଣ ଓ କଟକରୁ ୨ ଜଣ ଅଛନ୍ତି । ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର । ସମେସ୍ତ ସୁସ୍ଥ ଅଛନ୍ତି । ସେମାନଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ନଜର ରଖିଛି । ପଜିଟିଭ୍ ନମୂନା ଗୁଡିକୁ ଜିନମ ସ୍ୱିକେନ୍ସି ପାଇଁ ପୁନେକୁ ପଠାଯାଇଛି ।
ଜ୍ୱର ହେବା, ଭୋକ ନଲାଗିବା , ପାଟି ପାଖରେ ଘା ହେଲା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଅଧିକ ଜଟିଳତା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହି ରୋଗ ପୂର୍ବରୁ ଥିଲା । ରୋଗୀକୁ ଆଇସୋଲେସନରେ ରଖିଲେ ରୋଗ ଜଣଙ୍କ ଭିତରେ ସୀମିତ ରହିବ ।

Share

Leave a Reply

Your email address will not be published. Required fields are marked *

fourteen − thirteen =