ସ୍କ୍ରିନିଂ କମିଟି ସର୍ଟଲିଷ୍ଟ କଲା ପ୍ରାର୍ଥୀ ତାଲିକା

ଭୁବନେଶ୍ବର () ଭୁବନେଶ୍ବର ଲୋକସଭା କ୍ଷେତ୍ର ପାଇଁ ଚାରି ଜଣଙ୍କୁ ସର୍ଟଲିଷ୍ଟ କରିଛି କଂଗ୍ରେସ ସ୍କ୍ରିନିଂ କମିଟି । ଆଜି ବସିଥିବା ସ୍କ୍ରିନିଂ କମିଟି ବୈଠକରେ ଏହି ଚାରୋଟି ନାମ ବଛାଯାଇଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ବରିଷ୍ଠ ନେତା ଶିବାନନ୍ଦ ରାୟ, ଲୋକନାଥ ମହାରଥୀ, ରାଜୀବ ପଟ୍ଟନାୟକ ଓ ଶୁଭେନ୍ଦୁ ମହାନ୍ତି । ଏହି ଚାରିଜଣଙ୍କ ମଧ୍ୟରୁ ଜଣଙ୍କୁ ଚୁଡାନ୍ତ କରିବେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେହିପରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା କମିଟି ଚୁଡାନ୍ତ କରିଛି। ଭୁବନେଶ୍ବର ଏକାମ୍ର – ରଶ୍ମି ମହାପାତ୍ର, ଭୁବନେଶ୍ବର ମଧ୍ୟରୁ ପ୍ରକାଶ ଜେନା, ଶଙ୍କୁନା କନଓ୍ଵାର, ରାଜକିଶୋର ଦାସଙ୍କ ନାଁ ଚୁଡାନ୍ତ ହୋଇଛି। ସେହିପରି ଉତ୍ତର ଭୁବନେଶ୍ବର ପାଇଁ ଅଭିଳାଷ ମାଣିଆ, କିଶୋର ଜେନାଙ୍କ ନାଁ ଚୂଡାନ୍ତ ହୋଇଛି। ଜଟଣୀ ପାଇଁ ସୁର ରାଉତରାୟଙ୍କ ନାଁ ଘୋଷଣା କରାଯାଇଛି।

କଟକ ସଂସଦୀୟ କ୍ଷେତ୍ର ଓ 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍କ୍ରିନିଂ କମିଟି ପ୍ରାର୍ଥୀ ତାଲିକା ଚୁଡାନ୍ତ କରିଛି। କଟକ ଏମପି ସିଟ ପାଇଁ 2 ଜଣଙ୍କ ନାମ ଚୂଡାନ୍ତ ହୋଇଛି। ପଞ୍ଚାନନ କାନୁନଗୋ ଓ ଗୁରୁପଦ ନନ୍ଦଙ୍କ ନାଁ ରହିଛି। ସେହିପରି କଟକ-ବାରବାଟୀ ପାଇଁ ମହମ୍ମଦ ମୁକିମ, କଟକ-ଚୌଦ୍ୱାର ପାଇଁ ମାନସ ଚୌଧୁରୀ, ଆଠଗଡ଼ ପାଇଁ ଉମା ରଥ, ବାଙ୍କି ବିଧାନସଭା ପାଇଁ ଦେବାଶିଷ ପଟ୍ଟନାୟକ, କଟକ ସଦର ରତିକାନ୍ତ ବେଉରା, ବଡମ୍ବା-ନରସିଂହପୁର ମମତା ଦାସ ଓ ଅଜିତ ସାହୁ, ମାହାଙ୍ଗା ଦେବେନ୍ଦ୍ର ସାହୁ ଓ ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଖାଲି ରଖା ଯାଇଛି।

Share

Leave a Reply

Your email address will not be published. Required fields are marked *

seven + seven =