ବାମହାତ ଓ ଡାହାଣ ହାତରେ ବୋଲିଂ କରି ଚର୍ଚ୍ଚାରେ ଏହି ଖେଳାଳି

ବିଦର୍ଭ ପକ୍ଷରୁ ଖେଳୁଥିବା ଯୁବ ତାରକା ଅକ୍ଷୟ କରନେୱର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଅବଶିଷ୍ଟ ଭାରତ ବିପକ୍ଷରେ ଇରାନୀ କପ୍ ଖେଳୁଥିବା ବେଳେ ନିଜ ବୋଲିଂକୁ ନେଇ ସମସ୍ତଙ୍କୁ ଚକିତ କରିଛନ୍ତି। ଅକ୍ଷୟ ଇରନୀ କପ୍ରେ ଉଭୟ ବାମହାତ ଓ ଡାହାଣ ହାତରେ ବୋଲିଂ କରି ପ୍ରତିପକ୍ଷ ଖେଳାଳିଙ୍କୁ ଅଡ଼ୁଆରେ ପକାଇଛନ୍ତି। ଅବଶିଷ୍ଟ ଭାରତ ବିପକ୍ଷରେ ଅକ୍ଷୟ ପ୍ରଥମେ ବାମ ହାତରେ ବୋଲିଂ କରୁଥିଲେ।
ଏହାପରେ ସେ ହଠାତ୍ ଅମ୍ପାୟାରଙ୍କୁ ଡାହଣ ହାତରେ ବୋଲିଂ କରିବେ ବୋଲି ସୂଚନା ଦେଇଥିଲେ। ଅମ୍ପାୟାର ମଧ୍ୟ ଏକଥା ଶୁଣି ଆଶ୍ଚର୍ୟ୍ୟ ହୋଇଯାଇଥିଲେ। କିନ୍ତୁ ଅକ୍ଷୟ ଡାହାଣ ହାତରେ ବୋଲିଂ କରିବା ଆରମ୍ଭ କରିଥିଲେ।

Share

Leave a Reply

Your email address will not be published. Required fields are marked *

six − three =