ଭାରତ ନୁହେଁ ଏଥର ଇଂଲଣ୍ଡ ବିଶ୍ୱକପ୍ ଟାଇଟଲ୍ର ଦାବିଦାର: ଗାଭାସ୍କର

ଆଇସିସି ବିଶ୍ୱକପକୁ ଆଉ ତିନିମାସରୁ କମ ଦିନ ବାକି ଥିବା ବେଳେ ଏ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଏଥର ବିଶ୍ୱକପ ପାଇଁ ଅନେକ ଦାବିଦାର ଅଛନ୍ତି। ଅଧିକାଂଶ କ୍ରିକେଟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଭାରତ ହିଁ ବିଶ୍ୱ ମୁକୁଟ ପିନ୍ଧିବ। କିନ୍ତୁ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ମତରେ ଏଥର ଭାରତ ନୁହେଁ ଆୟୋଜକ ଇଂଲଣ୍ଡ ହିଁ ଏଥର ବିଶ୍ୱକପ ଜିତିବାର ପ୍ରବଳ ଦାବିଦାର।

ଗାଭାସ୍କର କହିଛନ୍ତି, ଗତ ଦୁଇଟି ବିଶ୍ୱକପକୁ ଯଦି ଦେଖାଯାଏ, ତାହେଲେ ଆୟୋଜକ ଦେଶ ଟାଇଟଲ୍ ଜିତିଛନ୍ତି। ୨୦୧୧ରେ ଭାରତ ଏବଂ ୨୦୧୫ରେ ଅଷ୍ଟ୍ରେଲିଆ ଚାମ୍ପିଅନ୍ ହୋଇଥିଲା। ଏଥର ଇଂଲଣ୍ଡ ବିଶ୍ୱକପ ଆୟୋଜନ କରୁଛି ଏବଂ ସେମାନଙ୍କ ପାଖରେ ଟାଇଟଲ୍ ଜିତିବାର ଭଲ ସୁଯୋଗ ରହିଛି। ବର୍ତ୍ତମାନର ଇଂଲଣ୍ଡ ଟିମ ବହୁତ ମଜଭୁତ୍। ଇଂଲଣ୍ଡକୁ ମଧ୍ୟ ଘରୋଇ ମାଟିରେ ହରାଇବା ଅନ୍ୟ ଟିମ୍ ପକ୍ଷେ କଷ୍ଟକର ହେବ। ତେଣୁ ମୋ ମତରେ, ଏଥର ଇଂଲଣ୍ଡ ଟିମ୍ ଟାଇଟଲର ଦୃଢ଼ ଦାବିବାର ବୋଲି ଗାଭାସ୍କର କହିଛନ୍ତି।

Share

Leave a Reply

Your email address will not be published. Required fields are marked *

20 − 14 =