ଧୋନିଙ୍କୁ ଗାର୍ଡ ୟୁନିଟରେ ସୁରକ୍ଷା ଦାୟିତ୍ୱ

କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି ଏବେ ବ୍ୟାଟ ବଦଳରେ ଧରିବେ ଏକେ-୪୭ । ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବା ବଦଳରେ ଧୋନି ୧୫ ଦିନ ପାଇଁ ପାରା କମାଣ୍ଡୋ ବାଟାଲିୟନ୍ ରେ ରହିବେ ଏବଂ ସେଠାରେ ସାଥି ଯବାନଙ୍କ ସହ ପ୍ରଶିକ୍ଷଣ ନେବେ । ତାଙ୍କୁ ୧୯ କିଲୋ ଓଜନର ଭାର ନେଇ ପ୍ରତିଦିନ ଯିବାଆସିବା କରିବାକୁ ପଡିବ । ତାଙ୍କର ଏହି ଓଜନରେ ୫ କିଲୋ ଭାର ୩ ମେଗ୍ଜିନ୍ ର ହେବ । ଏହାସହ ୩ କିଲୋର ୟୁନିଫର୍ମ , ୨ କିଲୋର ଜୋତା,୧ କିଲୋର ହେଲମେଟ୍ ,୪ କିଲୋର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଏବଂ ୪ କିଲୋର ଗ୍ରେନେଟ୍ ରହିଛି ।

ଧୋନି ଶ୍ରୀନଗର ବାଦାମୀ ବାଗ୍ କେଣ୍ଟ୍ ଅଞ୍ଚଳରେ ୮ ରୁ ୧୦ ଜଣ ଯବାନଙ୍କ ମଧ୍ୟରେ ରହିବେ । ତାଙ୍କୁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ , ଏକେ-୪୭ ଏବଂ ଗ୍ରେନେଡ୍ ଦିଆଯିବ । ବର୍ତ୍ତମାନ ତାଙ୍କୁ ଗାର୍ଡ ୟୁନିଟ୍ ର ସୁରକ୍ଷା ଦାୟିତ୍ୱ ଦିଆଯିବ । ଯାହା ପ୍ରତି ୪-୪ ଘଣ୍ଟାର ଡ୍ୟୁଟି ୨ ଟି ସିଫ୍ଟରେ ହୋଇଥାଏ । ଯାହା ଉଭୟ ଦିନ ଏବଂ ରାତିର ଡ୍ୟୁଟି ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

fourteen + fourteen =