ଏହି ୪ଟି କାରଣ ପାଇଁ ହୋଇଥାଏ ତ୍ବଚା ଖରାପ, ଜାଣନ୍ତୁ

ସୁନ୍ଦର ଏବଂ କୋମଳ ତ୍ବଚା ପାଇବାର ଇଛା ସବୁ ମହିଳାଙ୍କର ରହିଥାଏ। ଏଥିପାଇଁ ବିଭିନ୍ନ ପ୍ରକାର ସୌନ୍ଦର୍ୟ୍ୟ ସମ୍ବନ୍ଧୀୟ ପ୍ରସାଧନୀ ମଧ୍ୟ ବ୍ୟବହାର କରାଯାଇଥାଏ। କିନ୍ତୁ ଏସବୁ ଜିନିଷ ତ୍ବଚାର ଚମକ ବଢ଼ାଇବା ବଦଳରେ ଚେହେରାର ତୋଫାପଣ କମ କରିଥାଏ। ଆପଣ ଜାଣିଛନ୍ତି କି, ନିତିଦିନିଆ କିଛି ଖରାପ ଅଭ୍ୟାସ ପାଇଁ ଆପଣଙ୍କ ତ୍ବଚା ଖରାପ ହୋଇଥାଏ । ଆଜି ଆମେ ସେହି ଭୁଲ ବିଷୟରେ କହିବାକୁ ଯାଉଛୁ।

– ତେଲରେ ଝଣାଝଣି ଖାଦ୍ୟ ଖାଇବା ଦ୍ବାରା ତ୍ବଚା ତେଲିଆ ହୋଇଥାଏ। ଫଳରେ ସହଜରେ ତ୍ବଚା ଉପରେ ଧୂଳି ମଳି ଜମି ହୋଇ ରହି ଯାଇଥାଏ। ଏହା ତ୍ବଚାର ଛିଦ୍ରକୁ ବନ୍ଦ କରିବା ସହ ବ୍ରଣ ଆଦିର ସମସ୍ୟା ବଢ଼ାଇଥାଏ। ଏହା ତ୍ବଚାରେ କଳା ଦାଗର ମଧ୍ୟ କାରଣ ପାଲଟିଥାଏ।

-କିଛି ମହିଳା ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରନ୍ତି। ତାଙ୍କୁ ଲାଗିଥାଏ ଏହା ଦ୍ବାରା ତ୍ବଚା ସଫା ଏବଂ ସୁନ୍ଦର ହୋଇଥାଏ। କିନ୍ତୁ ବାସ୍ତବରେ ଏହା ଭୁଲ । କାରଣ ଗରମ ପାଣିରେ ଗାଧୋଇବା ବା ମୁହଁଧୋଇବା ଦ୍ବାରା ତ୍ବଚାର ନେଚୁରାଲ ଚମକ କମ ହୋଇଥାଏ। ଏହା ତ୍ବଚାକୁ ଶୁଷ୍କ କରି ଦେଇଥାଏ।

-ଦୈନିକ ସ୍କର୍ବ କରିବା ଦ୍ବାରା ମଧ୍ୟ ତ୍ବଚା ଖରାପ ହୋଇଥାଏ। ଏଣୁ ନିୟମିତ ନୁହଁ ବରଂ ସପ୍ତାହକୁ ଥରେ ସ୍କବିଂର ଅଭ୍ୟାସ ରଖନ୍ତୁ।

-କିଛି ମହିଳା ଟଙ୍କା ବଞ୍ଚାଇବା ଚକ୍କରରେ ଶସ୍ତା ମେକଅପ୍ ବ୍ୟବହାର କରିଥାନ୍ତି। କିନ୍ତୁ ଏହା ଖରାପ କେମିକାଲରୁ ପ୍ରସ୍ତୁତ ହୋଇଥିବା ହେତୁ ତ୍ବଚାରେ ଖରାପ ପ୍ରଭାବ ପକାଇଥାଏ। ଏଣୁ ସବୁବେଳେ ଭଲ କମ୍ପାନିର ମେକଅପ୍ ପ୍ରଡ଼କ୍ଟ ବ୍ୟବହାର କରନ୍ତୁ।

Share

Leave a Reply

Your email address will not be published. Required fields are marked *

one × 3 =