ଟୋକିଓ ଟିକେଟ ହାତେଇଲେ ଭାରତୀୟ ହକି ଟମ୍

ଭୁବନେଶ୍ବର: ଭାରତୀୟ ମହିଳା ଓ ପୁରୁଷ ଦଳ ଉଭୟଙ୍କୁ ମିଳିଲା ଅଲମ୍ପିକ ଟିକେଟ । ଜାପାନର ଟୋକିଓରେ 2020ରେ ହେବାକୁ ଥିବା ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଭାରତୀୟ ହକିର ଉଭୟ ଟିମ। ଆମେରିକା ବିପକ୍ଷ ଅଲମ୍ପିକ ଯୋଗ୍ୟତା ପ୍ରଥମ ମ୍ୟାଚରେ 5-1ରେ ସହଜ ବିଜୟ ହାସଲ କରିଥିଲା ମହିଳା ଦଳ ।

ଦ୍ବିତୀୟ ମ୍ୟାଚରେ ଆମେରିକା ମହିଳା ଦଳ ଦମଦାର କମବ୍ୟାକ କରିଥିଲା । ମ୍ୟାଚର ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ଭରି ରହିଥିଲା । ଆମେରିକା 4ଟି ଗୋଲ ଦେଇ ବିଜୟ ମୁହାଁ ହେଉଥିବା ବେଳେ ଭାରତ ଗୋଲ ସନ୍ଧାନରେ ଥିଲା । ତେବେ ମ୍ୟାଚର ଶେଷ ଆଡକୁ କ୍ୟାପଟେନ ରାଣୀ ଭାରତ ପାଇଁ ଏକମାତ୍ର ଗୋଲ କରିଥିଲେ । ଫଳରେ 4-1 ଗୋଲରେ ଭାରତ ପରାସ୍ତ ହୋଇଥଲା । ମାତ୍ର 2ଟି ମ୍ୟାଚରେ ଗୋଲ ସଂଖ୍ୟ ଅଧିକ ଥିବାରୁ ଅଲମ୍ପିକ ଯୋଗ୍ୟାତା ଟିକେଟ ହାତେଇଥିଲା ।

ଗତକାଲି ଆମେରିକା ମହିଳା ହକି ଦଳକୁ ୫-୧ ଗୋଲରେ ମାତ୍ ଦେଇଥିଲା ଭାରତ । ଆଜି ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ଥିବା ବେଳେ ଭାରତ ଏହି ବାଜି ଜିତି ନେଇଛି । ଅଲମ୍ପିକ୍ସ ଟିକେଟ ହାସଲ ପରେ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମହିଳାଙ୍କ ପରେ ପୁରୁଷ ଦେଖାଇଲେ ଜଲୱା । ଋଷକୁ ୭-୧ରେ ଗୋଲରେ ହରାଇ ଅଲମ୍ପିକ ଟିକେଟ ହାତେଇଲା ଭାରତୀୟ ପୁରୁଷ ହକି ଦଳ । କଳିଙ୍ଗ ଷ୍ଟାଡିୟମରେ ଅଲମ୍ପିକ ଯୋଗ୍ୟତା ହକି ମ୍ୟାଚରେ ଦ୍ୱିତୀୟ ବିଜୟ ସହ ୨୦୨୦ରେ ହେବାକୁ ଥିବା ଅଲମ୍ପିକ୍ସ ପାଇଁ ଟିକେଟ ହାତେଇଛି ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ଲଲିତ ଓ ରୂପିନ୍ଦର ୨ଟି ଲେଖାଏଁ ଗୋଲ କରିଥିବା ବେଳେ ଆକାଶଦୀପ, ନୀଳକାନ୍ତ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ସେହିଭଳି ହୋମ ଗ୍ରାଉଣ୍ଡରେ ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ଗୋଲ ଦେଇ ଦର୍ଶକଙ୍କ ମନ ଜିଣିଥିଲେ । ପ୍ରଥମରୁ ଆକମ୍ରଣାତ୍ମକ ଷ୍ଟାଇଲରେ ଖେଳ ଆରମ୍ଭ କରିଥିବା ଭାରତ ଚତୁର୍ଥ କ୍ବାର୍ଟର ଶେଷରେ ୭-୧ ଗୋଲରେ ଏହି ମ୍ୟାଚକୁ ବାଜି ମାରିନେଇଥିଲା ।

Share

Leave a Reply

Your email address will not be published. Required fields are marked *

4 + 19 =