ମାସିଆ ଟ୍ରେନ ପାସ କଲେ କୃଷି ମନ୍ତ୍ରୀ

ଭୁବନେଶ୍ବର () ନୟାଗଡକୁ ଟ୍ରେନ ସେବା ହୋଇଯିବା ପରେ ମନ୍ତ୍ରୀ ଅରୁଣ ସାହୁ ନିୟମିତ ଟ୍ରେନ ଯାତ୍ରୀ ହୋଇଯାଇଛନ୍ତି । ଏଭିତରେ ସେ ଟ୍ରେନରେ ଯାତ୍ରା ପାଇଁ ମାସିକିଆ ଟ୍ରେନ ପାସ କରିଛନ୍ତି । ଆଜି ମଧ୍ୟ ସନ୍ଧ୍ୟା 6ଟା 40ରେ ସେ ଟ୍ରେନରେ ନୟାଗଡ ଯାଇଛନ୍ତି । ପ୍ରତିମାସରେ ସେ ଅନ୍ୟୁନ 20 ଦିନ ନୟାଗଡ ଯାଉଥିବାରୁ ଏଣିକି ଆଉ ଗାଡିରେ ନୁହେଁ ଟ୍ରେନରେ ଯାତ୍ରା କରିବେ । ସରକାରୀ ଗାଡିର ସ୍ବଳ୍ପ ବ୍ୟବହାର ସାଙ୍ଗକୁ ଏହା ସୁରକ୍ଷିତ ମଧ୍ୟ । ଏହାସହ ଟ୍ରେନରେ ସାଧାରଣ ଯାତ୍ରୀ ଭଳି ଯାତ୍ରା କରିବା ଦ୍ବାରା ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେଉଛି ଏବଂ ଷ୍ଟେସନ ଏବଂ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ସମସ୍ୟା ସମ୍ପକରେ ସେ ଅଧିକ ଜାଣିପାରୁଛନ୍ତି ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 4 =