ତିର୍ତ୍ତୋଲରେ ସେତୁ ନିର୍ମାଣ ପାଇଁ  ୧୧୮.୫୭ କୋଟି

ଜଗତସିଂହପୁର()  ଜଗତସିଂହପୁରରୁ ତିର୍ତ୍ତୋଲରେ ଉଚ୍ଚ ସେତୁ ନିର୍ମାଣ ହେବ ।   ତିର୍ତ୍ତୋଲରେ ମହାନଦୀ ଉପରେ ସେତୁ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।  ତିର୍ତ୍ତୋଲ-ପୋଷଳ ଶଙ୍ଖେଶ୍ୱର ରାସ୍ତାର ମହାନଦୀରେ ସେତୁ ନିର୍ମାଣ ହେବ ।  ୮୮୮.୮୯ ମିଟର ଦୀର୍ଘ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।  ସେତୁ ନିର୍ମାଣ ପାଇଁ  ୧୧୮.୫୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।  ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ।  ସେତୁ ନିର୍ମାଣ ଦ୍ୱାରା ୫୦ ହଜାର ଲୋକ ଉପକୃତ ହେବେ ।

Share

Leave a Reply

Your email address will not be published. Required fields are marked *

nineteen − 18 =