ପ୍ରମାଣ ଆଣ, ଶୁଣାଣୀ ହେବ : ସୁପ୍ରିମକୋର୍ଟ

ଭୁବନେଶ୍ବର () : ମମତା ବାନାର୍ଜି ସରକାର ବିରୋଧରେ ସିବିଆଇ ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନ ଖାରଜ ହୋଇଛି । ସିବିଆଇକୁ ପ୍ରମାଣ ମାଗିଛନ୍ତି ସୁପ୍ରିମକୋର୍ଟ । କୋଲକାତାରେ ଲାଗି ରହିଥିବା ସିବିଆଇ-ପଶ୍ଚିମବଙ୍ଗ ପୁଲିସ ବିବାଦ ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରି ପ୍ରଧାନ ବିଚାରପତି ପୋଲିସ କମିଶନ ଦସ୍ତାବିଜ୍ ନଷ୍ଟ କରିଥିବାର ପ୍ରମାଣ ମାଗିଛନ୍ତି । ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ । କମିଶନରଙ୍କ ବିରୋଧରେ ଦୁର୍ନୀତି ସମ୍ପର୍କିତ ପ୍ରମାଣ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ସିବିଆଇକୁ ପ୍ରଧାନ ବିଚାରପତି କହିଛନ୍ତି ପ୍ରଥମେ ପ୍ରମାଣ ଉପସ୍ଥାପନ କର, ଯଦି କମିଶନରଙ୍କ ବିରୋଧରେ ପ୍ରମାଣ ଥାଏ ଓ ସେ ଦୋଷି ହୋଇଥାନ୍ତି ତାହାହେଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଚିଟଫଣ୍ଡ ଦୁର୍ନୀତି ତଦନ୍ତରେ ବାଧା ଉପୁଜାଉଥିବା ଅଭିଯୋଗରେ ମମତା ସରକାର ବିରୋଧରେ ସିବିଆଇ ପିଟିସନ ଦାଖଲ କରିଥିଲା । ଏହାସହ କୋଲକାତା କମିଶନର ଶାରଦା ଓ ରୋଜଭ୍ୟାଲି ଚିଟଫଣ୍ଡ ଦୁର୍ନୀତି ସମ୍ପର୍କୀତ ପ୍ରମାଣ ନଷ୍ଟ କରିଥିବା ସିବିଆଇ ଅଭିଯୋଗ କରିଛି । ପଶ୍ଚିମବଙ୍ଗ ପୁଲିସ ତଦନ୍ତରେ ସିବିଆଇକୁ ସହଯୋଗ କରୁନଥିବାରୁ ତଦନ୍ତରେ ସହଯୋଗ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କମିଶନରଙ୍କୁ ନିର୍ଦ୍ଦେଶ ଦେବାକୁ ସିବିଆଇ ଆବେଦନ କରିଛି ।

ସେପଟେ ପଶ୍ଚିମବଙ୍ଗ ବିବାଦ ନେଇ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଗତକାଲିଠାରୁ ଆରମ୍ଭ ହୋଇଥିବା ହାଇଭୋଲଟେଜ୍ ଡ୍ରାମା ନେଇ ବିସ୍ତୃତ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଡାକିଥିବା ରାଜନାଥଙ୍କୁ କହିଛନ୍ତି ରାଜ୍ୟପାଳ । ଏହି ବିବାଦ ଉପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତୀକ୍ଷଣ ନଜର ରଖିଛି ।

ସେପଟେ କୋଲାକତାସ୍ଥିତ ସିବିଆଇ କାର୍ଯ୍ୟାଳୟକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ସିଆରପିଏଫର ଯବାନମାନେ ସିବିଆଇ କାର୍ଯ୍ୟାଳୟକୁ ଘେରି ରହିଛନ୍ତି । ଗତକାଲି ସିବିଆଇ ଓ ପଶ୍ଚିମବଙ୍ଗ ପୁଲିସ ମୁହାଁମୁହିଁ ହେବା ପରେ ସିବିଆଇ କାଯ୍ୟାଳୟକୁ ଘେରାଉ କରିଥିଲା ବେଙ୍ଗଲ ପୁଲିସ୍ । ହେଲେ ସିଆରପିଏଫ୍ ଯବାନମାନେ ମୂତୟନ ହେବା ପରେ ପୁଲିସ ହଟିଯାଇଥିଲା।

Share

Leave a Reply

Your email address will not be published. Required fields are marked *

twenty − two =