ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ

ଭୁବନେଶ୍ୱର()   ବହୁଚର୍ଚ୍ଚିତ  ସମାଜସେବୀ ଆଦିତ୍ୟ ଦାଶ ମୃତୁ୍ୟ  ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଛନ୍ତି ।  କେବଳ ବିଦ୍ୟାଶ୍ରୀ ନୁହନ୍ତି,  ଆଦିତ୍ୟଙ୍କ ବାପା ଓ ମା’ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏହି ମାମଲାର ସିବିଆଇ ତଦନ୍ତ ଦାବିରେ ସମସ୍ତେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ପ୍ରକାଶ ଯେ, ଆଦିତ୍ୟ ଦାଶ ମୃତୁ୍ୟ  ମାମଲାର ତଦନ୍ତ ପ୍ରଥମେ ଜିଆରପି କରୁଥିବାବେଳେ ପରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରୁଛି । ଗତକାଲି  କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିବା ଆବେଦନ ମୁତାବକ ବିଦ୍ୟାଶ୍ରୀଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା ।  ଆଜି ଆଦିତ୍ୟଙ୍କ ୩ ସହଯୋଗୀଙ୍କ ପଲିଗ୍ରାଫ ଟେଷ୍ଟ ଚାଲିଥିବା ଜଣାଯାଇଛି ।

Share

Leave a Reply

Your email address will not be published. Required fields are marked *

5 × one =