ସୁନ୍ଦରଗଡ଼ ବିକାଶର ନୂଆ ରୋଡମ୍ୟାପ

ରାଉଲକେଲା () ଉପକୂଳ ସହ ସମକକ୍ଷ ହେବ ପଶ୍ଚିମ ଓଡିଶା । ଭିତ୍ତିଭୂମି ସହ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ହେବ ବିକାଶ । ଏହି ଲକ୍ଷ୍ୟରେ ଗତକାଲି ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଦାନ ରାଶିକୁ ଦୁଇଗୁଣା କରାଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ପାଇଁ 4ହଜାର 900 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । 

ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ର ରାଉଲକେଲାରେ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ । ଏହାର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ସୁନ୍ଦରଗଡ଼ ଜିଲ୍ଲାର ୧୭ ଟି ବ୍ଲକରେ ୧୭ ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସୁନ୍ଦରଗଡ଼ ଜିଲ୍ଲାରେ ପାନୀୟ ଜଳ ପାଇଁ ୧୬୧୧ କୋଟି, ଜଳସେଚନ ପାଇଁ ୩୩୦ କୋଟି, ସ୍ଵାସ୍ଥ୍ୟ ସେବା ପାଇଁ ୧୧୧କୋଟି ରାସ୍ତା ରେ ବିକାଶ ପାଇଁ ୧୦୬୦ କୋଟି, ଶିକ୍ଷାର ବିକାଶ ପାଇଁ ୩୬୬ କୋଟି, ପରିମଳ ପାଇଁ ୨୫୦ କୋଟି, ଜୀବିକା ବିକାଶ ପାଇଁ ୨୧୬ କୋଟି, ରାଉରକେଲା ସ୍ମାର୍ଟ ସିଟି ବିକାଶ ପାଇଁ ୪୭୧ କୋଟି, ବିଦ୍ୟୁତ ଶକ୍ତି ପାଇଁ ୩୮ କୋଟି ଭିତ୍ତିଭୂମିର ଉନ୍ନୟନ ପାଇଁ ୬୬କୋଟି ମହିଳା ଶିଶୁ ବିକାଶ ପାଇଁ ୧୩୫ କୋଟି, ପରିବେଶ ସୁରକ୍ଷା ପାଇଁ ୧୨ କୋଟି,ଦଷତା ବିକାଶ ପାଇଁ ୧୫ କୋଟି ଓ କ୍ରିଡାର ବିକାଶ ପାଇଁ ୧୨୦ କୋଟି ଖର୍ଚ୍ଚ କରାଯିବ। ଏହାସହ ରାଉରକେଲା ସହରର ପ୍ରସିଦ୍ଧ ତିର୍ଥସ୍ଥାନ ବେଦବ୍ୟାସ ପୀଠର ଉନ୍ନତିକରଣ ପାଇଁ ୧୮ କୋଟି, ପାନପୋଷ ବଜାରର ଉନ୍ନତି କରଣ କାର୍ଯ୍ୟ ପାଇଁ ୪୮ କୋଟି , ରାଉରକେଲା ସହରରେ ମୁଖ୍ୟ ଡ୍ରେନ ପୁନରୁଦ୍ଧାର ପାଇଁ ୯୨ କୋଟି, ରାଉରକେଲା ୱନ ନାମରେ ସମନ୍ଵିତ କେନ୍ଦ୍ର ସ୍ଥାପନ ପାଇଁ ୧୧୬ କୋଟି, ସ୍ମାର୍ଟ ରୋଡ ଉନ୍ନତି କରଣ ପାଇଁ ୧୧୬ କୋଟି, ପର୍ଯ୍ୟଟନ ର ବିକାଶ ଓ ଚିତ୍ତ ବିନୋଦନ ପାଇଁ ୧୦୫ କୋଟି, ବ୍ରାହ୍ମଣୀ ନଦୀ ତଟର ଉନ୍ନତି, ଡିଏଭି ପୋଖରୀର ଉନ୍ନତି କରଣ, ୭ଗୋଟି ପାର୍କର ଉନ୍ନତି କରଣ କରାଯିବ। ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଠାରେ ନିର୍ମାଣ ହୋଇଥିବା ପାଞ୍ଚ ମହଲା ଵହୁତଳ ପାର୍କିଂ , ରାଉରକେଲା ସହରରେ ପ୍ରଥମ ପର୍ଯ୍ୟାୟରେ ୫ଶହ ଗରିଵ ଲୋକଙ୍କ ପାଇଁ ୫ଶହ ବାସଗୃହ, ଦ୍ଵିତୀୟ ପର୍ଯ୍ୟାୟର ୧୦୫୦ ବାସଗୃହ ନିର୍ମାଣ କରାଯିବ। ୧୦ ଟି କସ୍ତୁରବା ଗାନ୍ଧୀ ଵାଳିକା ବିଦ୍ୟାଳୟ, ୩୭ ଟି ବିଦ୍ୟାଳୟ ର ଉନ୍ନତି କରଣ, ୩୨ ଟି ଉଠା ଜଳସେଚନ ପ୍ରକଳ୍ପ, ୨୩ ଟି ହଜାର ମେଟ୍ରିକ୍ ଟନ୍ ଗୋଦାମ ଗୃହ, ୧୩ଟି ମେଟ୍ରିକ୍ ଟନ୍ ଗୋଦାମ ଗୃହ, ୭ ଟି ଭଣ୍ଡାର ସହିତ ଗୋଦାମ, ୩୨୩ ଟି ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାର ବିକାଶ କାର୍ଯ୍ୟକ୍ରମ କୁ ସୁନ୍ଦରଗଡ଼ ଜିଲ୍ଲାର ଲକ୍ଷାଧିକ ଲୋକଙ୍କ ସହ ସମଗ୍ର ଦେଶବାସୀ ଲାଇଭ ଦେଖିବେ। ରାଉରକେଲା ସହରରେ ସାଇନସ ପାର୍କ ଓ ପ୍ଲାନୋଟୋରିୟମ ନିର୍ମାଣ କରାଯିବ। ଶିକ୍ଷା ଷେତ୍ରରେ ଉନ୍ନତି ପାଇଁ ୧୦ ଟି କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ଓ ଓଡିଶା ଆଦର୍ଶ ବିଦ୍ୟାଳୟ ର ୧୭ ଟି ଛାତ୍ର ନିଵାସ ଓ ୧୬ ଟି ଛାତ୍ରୀ ନିବାସ ପାଇଁ ଶିଳାନ୍ୟାସ ଦିଆଯିବ। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ, ରାସ୍ତା, ସ୍ବାସ୍ଥ୍ୟ, ସେତୁ, ଜଳସେଚନ, ନୁତନ ସ୍କୁଲ ଗୃହ, ଅଙ୍ଗନୱାଡ଼ି ଗୃହ, କଲ୍ୟାଣ ମଣ୍ଡପ, ମିଶନ ଶକ୍ତି ଗୃହ, ମାର୍କେଟ କମ୍ପ୍ଲେକ୍ସ ପ୍ରଭୁତି ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟକୁ ସୁନ୍ଦରଗଡ଼ ଜିଲ୍ଲାର ଲକ୍ଷାଧିକ ଲୋକ ଲାଇଭ ଦେଖିବା ପାଇଁ ୧୨୦ ଟି ସ୍ଥାନରେ ଏଲ ଇ ଡି ଟିଭିର ବ୍ୟବସ୍ଥା କରାଯାଇଛି। ଏହାସହ ରାଉରକେଲା ସହରର ୯ଟି ସ୍ଥାନରେ ଲାଇଭ ଦେଖିବାର ବ୍ୟବସ୍ଥା କରାଯାଇଥିବା ବେଳେ ସମଗ୍ର ଦେଶବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ଲାଇଭ ଦେଖିବାର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳ ସାଢେ ଏଗାରଟା ସମୟରେ ରାଉରକେଲା ବିମାନବନ୍ଦର ଠାରେ ପହଞ୍ଚିବା ପରେ ବିପିୟୁଟି ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ଉଦଭୋଦନ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ସଫଳ କରିବା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ କୁ ଦୃଷ୍ଟିରେ ରଖି ରାଉରକେଲା ସହର ସହିତ ସମଗ୍ର ଜିଲ୍ଲାରେ ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ ସଫଳ କରିବା ଓ ଜିଲ୍ଲାର ବିକାଶ ପାଇଁ ୧୭ ଜଣ ମନ୍ତ୍ରୀ ଓ ୭୦ ଜଣ ବିଧାୟକ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୧୧ଟା ୩୦ରୁ ୧୨ଟା ୨୩ ମିନିଟ ପର୍ଯ୍ୟନ୍ତ ରାଉରକେଲା ସହରରେ ରହିଵେ। ସୁନ୍ଦରଗଡ଼ ଜିଲ୍ଲାର ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା, ସରକାରୀ କାର୍ଯ୍ୟରେ ସମୀଷା କରିବା ସହ ଲୋକଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା ପାଇଁ ୧୭ ଜଣ ମନ୍ତ୍ରୀ ଓ ୭୦ ବିଧାୟକ ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ରହିଛନ୍ତି। 

Share

Leave a Reply

Your email address will not be published. Required fields are marked *

twelve − 5 =